LIVE TV

ବିଧାନସଭା ସମ୍ମୁଖରେ ଗର୍ଜିଲେ TGT ଶିକ୍ଷକ, ବିଶାଳ ସମାବେଶରେ ମାଗିଲେ ହକ୍

NEWS7
TGT Teacher

ଭୁବନେଶ୍ବର ୨୧।୯: ବିଧାନସଭା ସମ୍ମୁଖରେ TGT ଶିକ୍ଷକ ସଂଘର ମହା ଆନ୍ଦୋଳନ । ପୁଣି ବିଧାନସଭା ସମ୍ମୁଖରେ ଗର୍ଜିଲେ ଶିକ୍ଷକ । ଓଡ଼ିଶା ସରକାରୀ ମାଧ୍ୟମିକ ପ୍ରଶିକ୍ଷିତ (ସ୍ନାତକ) ମାଧ୍ୟମିକ ଶିକ୍ଷକ ସଂଘର ହଜାର ହଜାର ଶିକ୍ଷକ ରାଜଧାନୀରେ ବିଶାଳ ସମାବେଶ କରି ହକ୍ ମାଗିଛନ୍ତି । ହଜାର ହଜାର ମାଧ୍ୟମିକ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (TGT) ମାନେ ନିଜର କ୍ୟାଡ଼ର ପୁନଃ ଗଠନ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଦାବିରେ ରାସ୍ତା ଉପରେ ବସି ପ୍ରତିବାଦ କହିଛନ୍ତି । ଭୁବନେଶ୍ବର ବିଧାନସଭା ସମ୍ମୁଖ ସ୍ଥିତ ଲୋୟର ପିଏମ୍‌ଜିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶିକ୍ଷକ ସମବେତ ହୋଇ ବିରାଟ ବିକ୍ଷୋଭ ସମାବେଶ କରିଛନ୍ତି ।