LIVE TV

ଏସିଆ କପ୍ ଫାଇନାଲରେ ସୂର୍ଯ୍ୟକୁମାରଙ୍କ ଘଣ୍ଟାକୁ ନେଇ ଚର୍ଚ୍ଚା, ଦେଖିବାକୁ ମିଳିଲା ରାମ ମନ୍ଦିରର ଝଲକ

NEWS7
Suryakumar's

ନୂଆଦିଲ୍ଲୀ  ୨୯।୦୯; ଏସିଆ କପ୍‌ ୨୦୨୫ରେ ଭାରତୀୟ କ୍ରିକେଟ ଟିମ୍‌ ଟ୍ରଫି ହାତେଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳୀ ପାକିସ୍ତାନୀ କ୍ରିକେଟ୍‌ ଟିମ୍‌କୁ ତିନୋଟି ମ୍ୟାଚ୍‌ରେ ହରାଇଛି। ଏସିଆ କପ୍‌ରେ ଯେତିକି ଭାରତୀୟ ଖେଳାଳୀଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ରହିଥିଲା । ସେତିକି ଖେଳାଳୀଙ୍କ ହାତରେ ଥିବା ଘଣ୍ଟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସୂର୍ଯ୍ୟକୁମାର ଯାଦବ ଭଗବାନ ରାମ, ହନୁମାନ ଓ ରାମ ମନ୍ଦିରର ଫଟୋ ଥିବା ଘଣ୍ଟା ପିନ୍ଧିଥିଲେ ।  ସେପଟେ ପାଣ୍ଡ୍ୟାଙ୍କ ଘଣ୍ଟା ମଧ୍ୟ ଚର୍ଚ୍ଚାରେ ଥିଲା ।

ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳୁଥିବା ହାର୍ଦ୍ଦିକ ମଧ୍ୟ ଭଗବା ରଙ୍ଗର ଘଣ୍ଟା ପିନ୍ଧିଥିବାର ନଜର ଆସିଥିଲେ । ଯାହାର ଦାମ୍‌ କୋଟି ଟଙ୍କାର ରହିଛି । ୧୩ ସେପ୍ଟେମ୍ଵର ମ୍ୟାଚ୍‌ରେ ଟସ୍‌ ପକାଇବା ସମୟରେ ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଭଗବା ରଙ୍ଗର ଘଣ୍ଟା ପିନ୍ଧି ଆସିଥିଲେ । ସେହି ଘଣ୍ଟାଟି Jacob & Co Shri Ram Janm Bhoomi edition । ସାରା ଦୁନିଆରେ ଏାହର ୪୯ଟି ଏଡିସନ୍‌ ଅଛି। ଏହି ଘଣ୍ଟାର ଦମ୍‌ ୩୪ ଲକ୍ଷ ଟଙ୍କା । ଏହି ଦାମୀ ଘଣ୍ଟା ତାହାର ଅଫିସିଆଲ ୱେବସାଇଟ୍‌ରେ ଉପଲବ୍ଧ ।

କହିବାକୁ ଗଲେ ହାର୍ଦ୍ଦିକ ଯେଉଁ ଘଣ୍ଟା ପିନ୍ଧୁଛନ୍ତି ତାହା Richard Mille PM 27-04 । ସେହି ଘଣ୍ଟାଟିର ଦାମ୍‌ ୨୦ କୋଟି ଟଙ୍କା ବୋଲି କୁହାଯାଉଛି ।  ଏହା କମଳା ରଙ୍ଗର ଆସେ । ଏହି ଘଣ୍ଟା ଟେନିସ୍‌ ଲିଜେଣ୍ଡ ରାଫେଲ୍‌ ନାଡାଲ ସହ କୋଲାବରେ ବନାଯାଇଛି ।  ଦୁନିଆରେ ଏହା କେବଳ ଏପରି ୫୦ଟି ମଡେଲ ପ୍ରସ୍ତୁତ କରାଯାଇଛି ।