LIVE TV

ବିଦ୍ୟାଳୟରେ ଅବ୍ୟବସ୍ଥା ତାତିଲେ ଅଭିଭାବକ : ଗେଟ୍‌ରେ ତାଲା, ପରୀକ୍ଷା ନଦେଇ ଘରକୁ ଫେରିଲେ ଛାତ୍ରଛାତ୍ରୀ

NEWS7
Basudevpur

ବାସୁଦେବପୁର ୨୩।୯: ପରୀକ୍ଷା ନଦେଇ ଘରକୁ ଫେରିଲେ ଛାତ୍ରଛାତ୍ରୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବିଦ୍ୟାଳୟ ଅର୍ଦ୍ଧ ବାର୍ଷିକ ପରୀକ୍ଷା ନଦେଇ ଘରକୁ ଫେରିଲେ ଛାତ୍ରଛାତ୍ରୀ । ଏପରି ଘଟଣା ଦେଖିବାକୁ ମିଳିଛି ବିଦେଇପୁର ମୁନି ପଡିଆ ନିକଟରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ସୂଚନାଯୋଗ୍ୟ ଯେ, ବିଦେଇପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩୧୩ ଛାତ୍ରଛାତ୍ରୀଙ୍କ ପାଇଁ ୭ଟି ଶ୍ରେଣୀଗୃହ ରହିଛି । ହେଲେ ଏହି ବିଦ୍ୟାଳୟରେ ୩ଟି ଆଜବେଷ୍ଟ ଶ୍ରେଣୀଗୃହ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ରହିଛି । ଫଳରେ ବର୍ଷା ହେଲେ ଉକ୍ତ ଶ୍ରେଣୀ ଗୃହରେ ପାଣି ଭର୍ତ୍ତି ହୋଇଯାଉଥିବା ବେଳେ ଆଜବେଷ୍ଟ ଭାଙ୍ଗିତୁଟି ଯାଇଛି । ବିଦ୍ୟାଳୟରେ ଏପରି ଅବସ୍ଥା ଦେଖି ଅବିଭାବକ ମାନେ ବାରମ୍ବାର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବାକୁ ଆସିଥିବା ବେଳେ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ ଅବିଭାବକ । ଫଳରେ ବିଦ୍ୟାଳୟକୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ବର୍ଷାରେ ଓଦା ହୋଇ ଘରକୁ ଫେରିଥିଲେ ।