LIVE TV

ପୂଜା କମିଟିର ଆହତ ସଦସ୍ୟଙ୍କୁ ଭେଟିଲେ ସୋଫିଆ ଓ ମୋକିମ୍, ଦୋଷୀ କିଭଳି ଉଚିତ ଦଣ୍ଡ ପାଇବେ ପ୍ରୟାସ ଜାରି ରହିବ

NEWS7
Cuttack

କଟକ ୫।୧୦: କଟକ ଦରଘା ବଜାର ଭସାଣି ସମୟରେ ଗଣ୍ଡଗୋଳରେ ଆହତ ହୋଇଥିବା ଝାଞ୍ଜିରୀମଙ୍ଗଳାର ଭାଗବତ ପୂଜା କମିଟିର ସଦସ୍ୟ ମାନଙ୍କୁ ଭେଟିଛନ୍ତି ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ । ରବିବାର ଝାଞ୍ଜିରୀମଙ୍ଗଳାରେ ଆହତ ମାନଙ୍କ ଘରେ ସେମାନଙ୍କୁ ଭେଟିଛନ୍ତି ସୋଫିଆ ଓ ମୋକିମ୍ । ଆହତଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖି ମୋକିମ୍ କହିଛନ୍ତି ଦୋଷୀ ମାନେ କିଭଳି ଉଚିତ ଦଣ୍ଡ ପାଇବେ ସେଥିପାଇଁ ତାଙ୍କ ପ୍ରୟାସ ଜାରି ରହିବ । ସେହିଭଳି ସୋଫିଆ କହିଛନ୍ତି, କଟକର ଭାଇଚାରା ପରମ୍ପରାକୁ ଯେଉଁ ମାନେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ସେମାନେ ଉଚିତ୍ ଦଣ୍ଡ ପାଇବା ଆବଶ୍ୟକ । ସେପଟେ ଭାଗବତ ପୂଜା କମିଟି ମୋକିମ୍ ଓ ସୋଫିଆଙ୍କ ଗସ୍ତକୁ ସ୍ବାଗତ କରିଛନ୍ତି । ଏହାସହ ଝାଞ୍ଜିରୀମଙ୍ଗଳା ସାହି କମିଟି ଓ ଭାଗବତ ପୂଜା କମିଟି କହିଛି କିଛି ବାହାର ଲୋକ ଏଭଳି ଗଣ୍ଡଗୋଳର ଷଡ଼ଯନ୍ତ୍ର କରିଥିଲେ । ପୋଲିସ ଏହି  ବାହାର ଲୋକ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରଶ୍ରୟ ଦେଇଥିବା ଲୋକ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।