News7 Logo

ବିଦ୍ୟାର୍ଥୀଙ୍କ ମଧ୍ୟରେ ନବସୃଜନ ଆଣିଲା ‘ସୋଆ ଆଇଡିଆଥନ୍‌’

NEWS7
soa

ଭୁବନେଶ୍ୱର ୧୪।୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋଆ ଆଇଡିଆଥନ୍ -୨୦୨୫ ଅନୁଷ୍ଠିତ ହୋଇଛି । ଗତ ୧୨ ଓ ୧୩ ତାରିଖରେ ଆୟୋଜିତ ଏହି ଅନ୍‌ଲାଇନ୍ ହାକାଥନ୍‌ରେ ୧୮୩୬ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଉଦ୍‌ଘାଟନୀ ସମାରୋହରେ ସୋଆ କୁଳପତି ପ୍ରଫେସର ଡ. ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସୋଆ ଆଇଡିଆଥନ୍ - ୨୦୨୫ର ସଭାପତି ପ୍ରଫେସର ଡ. ମନୋରଞ୍ଜନ ପାଢୀ, ଆଇଟିଇଆର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ସିନିଅର ଆସିଷ୍ଟାଂଟ ସ୍ୱାଗତିକା ଆଚାର୍ଯ୍ୟ, ଇଞ୍ଜିନିୟର ଡ. ପ୍ରିୟରଞ୍ଜନ ମେହେର ଉପସ୍ଥିତ ଥିଲେ। ଆଇଟିଇଆର ଛାତ୍ରମଙ୍ଗଳର ଅତିରିକ୍ତ ଡିନ୍ ପ୍ରଫେସର ରେଣୁ ଶର୍ମା ଓ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିଭାଗର ମୁଖ୍ୟ ସଂଯୋଜକ ଡ. ଶଶାଙ୍କ ଚୌଧୁରୀ ଉପସ୍ଥିତ ଥିଲେ।

ଛାତ୍ରଛାତ୍ରୀମାନେ ନିଜ ମଧ୍ୟରେ ନବସୃଜନ ଆଣିବା ସହ ପ୍ରଯୁକ୍ତି ବିଦ୍ୟାର ବିକାଶ, ବିଭିନ୍ନ ସମସ୍ୟାର ସମାଧାନ ଉପରେ ଆଲୋଚନା କରିଥିଲେ। ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୫ର ପ୍ରଭାବିତ ହୋଇ ସୋଆ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି ପ୍ଲାଟଫର୍ମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଚ୍ୟାଲେଞ୍ଜ ଓ ଅସୁବିଧାକୁ କିପରି ମୁକାବିଲା କରିବେ ତାର ସମାଧାନ ଦକ୍ଷତା ହାସଲ କରିଥିଲେ।

କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ଆଇଟିଇଆରର ଅତିରିକ୍ତ ଡିନ୍‌(ଏକାଡେମିକ୍ସ) ପ୍ରଫେସର ଡିଏନ ଥାଟୋଇ, ସିଏସଇ ମୁଖ୍ୟ ପ୍ରଫେସର ଦେବାହୂତି ମିଶ୍ର, ସିଏସ୍ ଆଣ୍ଡ ଆଇଟିର ମୁଖ୍ୟ ପ୍ରଫେସର ଅଜିତ ନାୟକ ଉପସ୍ଥିତ ଥିଲେ।