​​​​​​ଚୌଦ୍ଵାର: ଦିନ ଦ୍ୱିପ୍ରହରରେ ଚୌଦ୍ଵାର ଚୁଡ଼ାଖିଆ ବଜାରରୁ ଜଣେ ବ୍ୟକ୍ତିଙ୍କ ସ୍କୁଟି ଡିକି ଭାଙ୍ଗି ୩ଲକ୍ଷ ଟଙ୍କା ଲୁଟ ହୋଇଛି । ଏନେଇ ଚୌଦ୍ଵାର ପୋଲିସ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ଆଠଗଡ଼ ନଈମାଳିଆ ଗ୍ରାମର ବୈକୁଣ୍ଠ ନାଥ ରାଉତ ଚୌଦ୍ଵାର ଏସବିଆଇ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ଚୁଡ଼ାଖିଆ ବଜାର ଠାରେ କିଛି ଜିନିଷ କିଣିବା ପାଇଁ ଛିଡା ହୋଇଥିବା ବେଳେ ତାଙ୍କୁ ଜଣେ ଯୁବକ ତଳେ କିଛି ୧୦ ଟଙ୍କିଆ ପଡିଥିବା କହିଥିଲେ । ସେ ଟଙ୍କା ଉଠାଇବା ସମୟରେ ତାଙ୍କ ସ୍କୁଟି ଡିକିକୁ କେହି ହଠାତ୍ ଭାଙ୍ଗି ଟଙ୍କା ନେଇ ଯିବା ସହିତ ଆଗରୁ ପୂର୍ବତ ପ୍ରସ୍ତୁତ ଏକ ବାଇକରେ ବସି ଫେରାର ହୋଇଥିଲେ।

ବୈକୁଣ୍ଠ ତାଙ୍କ ପଛରେ ଗୋଡାଇବା ବେଳେ ଟଙ୍କା ତଳେ ପଡ଼ିଥିବା କଥା କହିଥିବା ବ୍ୟକ୍ତି ମଧ୍ୟ ସେହି ସ୍ଥାନରୁ ଖସି ଯାଇଥିଲା । ତେବେ ଦିନ ଦ୍ୱିପ୍ରହରରେ ଏଭଳି ଘଟଣା ଘଟିବା ପରେ ବ୍ୟକ୍ତିଟି ଆଶ୍ଚଯ୍ୟ ହୋଇ ଯିବା ସହିତ ଏନେଇ ଚୌଦ୍ଵାର ଥାନାରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ଚୌଦ୍ଵାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳି ପାରି ନାହିଁ।