ନୂଆଦିଲ୍ଲୀ: ମାନବିକତା ହରାଉଛି ମଣିଷ। କୁହାଯାଏ ଦୋକାନୀଙ୍କ ପାଇଁ ଗ୍ରାହକ ଇଶ୍ୱର। କିନ୍ତୁ ସେହି ଗ୍ରାହକଙ୍କୁ ସର୍ବସାଧାରଣରେ ବେଜିତ କରିଛି ଦୋକାନୀ। ତାହା ବି ପୁଣି ଗୋଟିଏ ସିଙ୍ଗଡା ପାଇଁ। UPI ପେମେଣ୍ଟ ହେଲାନି ବୋଲି ପିଟିଲେ ସିଙ୍ଗଡା ଭେଣ୍ଡର। ମଧ୍ୟପ୍ରଦେଶର ଜବଲପୁର ରେଳ ଷ୍ଟେସନରୁ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘଟଣାର ଭିଡିଓ ଭାଇରାଲ ହେବା ପରେ, ରେଳ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଭେଣ୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଘଟଣା ଅକ୍ଟୋବର ୧୭ ତାରିଖରେ ଘଟିଥିବା ଜଣାଯାଇଛି।

ଜଣେ ଯାତ୍ରୀ ଟ୍ରେନରେ ଜଣେ ସିଙ୍ଗଡା ଜଣେ ଭେଣ୍ଡର ଠାରୁ କିଣିଥିଲେ। PhonePe ବ୍ୟବହାର କରି ଟଙ୍କା ପଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ନେଟୱାର୍କ ସମସ୍ୟା ଯୋଗୁଁ  ଟ୍ରାନ୍ସଫର ହୋଇପାରିନଥିଲା। ଯେତେବେଳେ ଟ୍ରେନ୍ ଚାଲିବା ଆରମ୍ଭ କଲା, ସେ କ୍ୟୁଆର କୋଡର ଫଟୋ ଉଠାଇଥିଲେ। ପରେ ଦେବେ ବୋଲି କହିଥିଲେ। କିନ୍ତୁ ସିଙ୍ଗଡା ଭେଣ୍ଡର ତାଙ୍କ କଲାର ଧରି ଟଣାଘୋଷରା କରିଥିଲେ। ବିବାଦ ବଢ଼ିବା ଦେଖି ଯାତ୍ରୀ ଜଣକ ଭୟଭୀତ ହୋଇ ତାଙ୍କ ଘଣ୍ଟା କାଢ଼ି ଭେଣ୍ଡରଙ୍କୁ ଦେଇଥିଲେ। ଯାହାଦ୍ୱାରା ସେ ତାଙ୍କ ଟ୍ରେନରେ ଚଢ଼ିପାରିବେ।

ଏହି ସମସ୍ତ ଘଟଣାର ଭିଡିଓ ଜଣେ ଯାତ୍ରୀ ତାଙ୍କ ମୋବାଇଲ୍ ଫୋନ୍ ରେକର୍ଡ କରିବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଭିଡିଓ ଭାଇରାଲ୍ ହେବା ପରେ ଡିଆରଏମ୍ ଜବଲପୁର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତ ଭେଣ୍ଡରଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଅଟକ ରଖିଛି ଆରପିଏଫ୍। ରେଳବାଇ ପକ୍ଷରୁ ଅଭିଯୁକ୍ତ ଭେଣ୍ଡରଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ଯେକୌଣସି ଅଶାଳୀନ ଆଚରଣ ବିଷୟରେ ଜାଣିଲେ ତୁରନ୍ତ ରେଳବାଇ ହେଲ୍ପଲାଇନ୍ ୧୩୯ କିମ୍ବା ଆରପିଏଫ୍ ହେଲ୍ପଲାଇନ୍‌କୁ ରିପୋର୍ଟ କରିବାକୁ କହିଛି ରେଳବାଇ।