ଭୁବନେଶ୍ଵର: ଏସଆଇ ପରୀକ୍ଷା ସ୍କାମକୁ ନେଇ ତନାଘନା ଚଲାଇଥିବା କ୍ରାଇମବ୍ରାଞ୍ଚକୁ ମିଳିଛି ବଡ଼ ସଫଳତା। ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚ ପଞ୍ଝାରେ ମୋଷ୍ଟ ଓ୍ଵାଣ୍ଟେଡ ମୁନା ମହାନ୍ତି। ଦଶପଲ୍ଲା କୁଜାମେଣ୍ଡିରୁ ଉଠାଇ ଆଣିଲା କ୍ରାଇମବ୍ରାଞ୍ଚ।ଫାର୍ମ  ହାଉସରେ ଲୁଚିଥିବା ବେଳେ ଧରା ପଡ଼ିଲା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି। ଫାର୍ମ ହାଉସ ମାଲିକଙ୍କୁ ମଧ୍ୟ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢଉ ଜାରି ରହିଛି।

ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ଡିଜିପି ବଡ଼ ସୂଚନା ଦେଇଛନ୍ତି ସବୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେବ କ୍ରାଇମବ୍ରାଞ୍ଚ ପୋଲିସର ସଚେତନତା ପାଇଁ ଏସଆଇ ପରୀକ୍ଷା ଆଗରୁ ଖୁଲାସା ହେଲା ପୂର୍ବରୁ ପରୀକ୍ଷା ତ୍ରୁଟି ଶୂନ୍ୟ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ଆମେ ବ୍ୟବସ୍ଥା କରିଥିଲୁ ଏଥିପାଇଁ ଜିଲ୍ଲା ଏସପି ଓ ପୋଲିସ ଅଧିକାରୀ ମାନଙ୍କୁ ସତର୍କ କରାଯାଇଥିଲା ଫଳ ସ୍ବରୂପ ଆମେ ପରୀକ୍ଷାରେ ବିଭ୍ରାଟ ହେବା ପୂର୍ବରୁ ଠାବ କରିପାରିଲୁ   

ପୋଲିସ ଏସ. ଆଇ ପରୀକ୍ଷା କେଳେଙ୍କାରୀରେ ସଂପୃକ୍ତ ଅଭିଯୋଗରେ ଗିରଫ  ୧୧୩ ପରୀକ୍ଷାର୍ଥୀ ଜାମିନ ଆବେଦନ କରିଛନ୍ତି ମାମଲାରେ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କୁ ମିଶାଇ ୧୧୯ ଜଣଙ୍କୁ  ଗିରଫ କରାଯାଇଛି ଜେ ଏମ ଏଫ ସି ଗ୍ରାମାଞ୍ଚଳ କୋର୍ଟ ଏମାନଙ୍କର ଜାମିନ ନାମଞ୍ଜୁର କରିଥିଲେ ଏହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଦୌରା ଜଜ କୋର୍ଟରେ ୧୧୩ ଜଣ ଆବେଦନ କରିଛନ୍ତି ପରବର୍ତ୍ତୀ ଶୁଣାଣୀ ଆସନ୍ତା ୨୩ ତାରିଖକୁ ଧାର୍ଯ୍ୟ ହୋଇଛି

ଉଲ୍ଲେଖନୀୟ ୨୦୨୩ ଜେଇ ସ୍କାମର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା ୩ ବର୍ଷ ଧରି କ୍ରାଇମବ୍ରାଞ୍ଚ ଏହି ମାମଲାକୁ ଖୋଳି ଖୋଲି ଯେଉଁଠି ଅଟକି ଯାଇଥିବା ଏବେ ଏସଆଇ ସ୍କାମର ଖୋଳତାଡ଼ ସେଇଠି ପହଞ୍ଚିଲେ ଏକ ସାଂଘାତିର ରାକେଟର ପର୍ଦ୍ଦାଫାସ ହୋଇପାରିବ -ଜବ୍‌ ସ୍କାମ୍‌ ରେ ଦିଶୁଛି କେବଳ ଟିପ୍ ଅଫ ଆଇସ ବର୍ଜ ଏମିତି କିଛି ଚର୍ଚ୍ଚା ହେଉଛି ଯେତିକି ଦିଶୁଛି ତାଠାରୁ ଏହି ସ୍କାମର ଆକାର ବହୁ ବଡ଼ ଆହୁରି ବଡ଼ ଅଂଶ ଏବେବି ପାଣି ଭିତରେ ବୁଡ଼ି ରହିଛି ବୋଲି ସନ୍ଦେହ ବଳବତ୍ତର ରହିଛି  ସେ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି  ସନ୍ଦେହ କରାଯାଉଛି ଯେ ଏସଆଇ ସ୍କାମର ଲିଙ୍କ ୨୦୨୩ ଜେଇ ସ୍କାମ ସହିତ ରହିଛି ଜେଇ ସ୍କାମର କାର୍ପଟଦାର ଏବଂ ଏସଆଇ ସ୍କାମର କାର୍ପଟଦାରଙ୍କ ମଧ୍ୟରେ କିଛି ଲିଙ୍କ ରହିଥିବା ସନ୍ଦେହ କରାଯାଉଛି ଏକାଧିକ କାରଣକୁ ନେଇ ଏଭଳି ସନ୍ଦେହ କରାଯାଉଛି

କାରଣ ନମ୍ବର ୧- ଦୁଇ ସ୍କାମରେ ପରୀକ୍ଷାର୍ଥୀଙ୍କୁ ବାହାର ରାଜ୍ୟକୁ ନେବା ପାଇଁ ଉଦ୍ୟମ ୨୦୨୩ରେ ଜେଇ ସ୍କାମର ପର୍ଦ୍ଦାଫାସ କରିଥିଲା ବାଲେଶ୍ବର ପୋଲିସ ଆଉ ୨୦୨୫ରେ ଏସଆଇ ସ୍କାମର ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ପୋଲିସ ପରୀକ୍ଷାର୍ଥୀଙ୍କୁ ବାହାର ରାଜ୍ୟକୁ ନେଇ କେଳେଙ୍କାରୀ ପାଇଁ ଯୋଜନା ଚାଲିଥିବା ବେଳେ ଧରାପଡ଼ିଥିଲା

କାରଣ ନମ୍ବର ୨- ବାହାର ରାଜ୍ୟର କାର୍ପଦାରଙ୍କ ସଂପୃକ୍ତି ଜେଇ ପରୀକ୍ଷା ସ୍କାମରେ ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ ହୋଇଥିଲେ ବିଶାଲ କୁମାର ଚୌରାଶିଆ, ବୀରେନ୍ଦ୍ର ସିଂହ ପାଶ୍ବାନ, ବିକାଶ କୁମାର ସହିତ  ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ପଟ୍ଟା ସୁନୀଲ ସୁଶାନ୍ତ କୁମାର ସାହୁକୁ ଗିରଫ କରିଥିଲା

କାରଣ ନମ୍ବର ୩- ଏବେ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲ ଗିରଫ ହୋଇଛନ୍ତି ମୁଖ୍ୟ କାର୍ପଟଦାର ଶଙ୍କରପୃଷ୍ଟି ଏବଂ ମୁନା ମହାନ୍ତି ଫେରାର ଅଛନ୍ତି ତେବେ ଏମାନଙ୍କ ଜାତକ ମେଳ କରାଉଛି କ୍ରାଇମବ୍ରାଞ୍ଚ ପୂର୍ବରୁ ଏମାନେ କେଉଁଠି କେଉଁଠି ଏକାଠି ହୋଇଥିଲେ କି ନାହିଁ

କାରଣ ୪- କୋଚିଂ ସେଣ୍ଟରର ସଂପୃକ୍ତି ନେଇ କଥା ଉଡୁଛି ସେତେବେଳେ ମଧ୍ୟ ସେହି କଥା ଉଠିଥିଲା କିନ୍ତୁ ଏହାର କୌଣସି ନିର୍ଦ୍ଦିଷ୍ଟ ଖୁଲାସା ହୋଇନଥିଲା ତେବେ ଏସଆଇ ପରୀକ୍ଷା ସ୍କାମ ବେଳେ ସ୍କାନରକୁ ଆସିଛନ୍ତି କିଛି କୋଚିଂ ଇନଷ୍ଟିଚ୍ୟୁଟ। ତେଣୁ ଏବେ ଏସଆଇ ସ୍କାମରୁ ଖିଅ କ୍ରାଇମବ୍ରାଞ୍ଚ ଜେଇ ସ୍କାମରୁ ଖୋଜିପାରେ ​​​​​​​