LIVE TV

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭେଟିଦେବେ ୬୦ ହଜାର କୋଟିର ପ୍ରକଳ୍ପ

NEWS7
modi

ଭୁବନେଶ୍ୱର ୨୭/୦୯: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଝାରସୁଗୁଡାର ଯୁବ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ବିଜେପି କ୍ଷମତାକୁ ଆସିବା ପରେ ଏହା ମୋଦୀଙ୍କ ସପ୍ତମ ଓଡ଼ିଶା ଗସ୍ତ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ବେଶ ଉତ୍ସାହିତ ଅଛି। ନିଜେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମାବେଶକୁ ସଫଳ କରିବାକୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି  । ସକାଳ ୯ଟା ୨୦ ମିନଟରେ ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ବାହାରି ଝାରସୁଗୁଡ଼ା ବିମାନ ବନ୍ଦରରେ ଦିନ ୧୧ଟା ୧୦ ମିନଟରେ ପହଞ୍ଚିବେ ।

ବିମାନବନ୍ଦରରୁ ଜେଲ ଛକ ଯାଏଁ ୨ କିଲୋମିଟର ରୋଡ ସୋ କରି ପ୍ରଧାନମନ୍ତ୍ରୀ ସିଧାସଳଖ ଅମିଲିପାଲି ପଡିଆ ସଭାସ୍ଥଳରେ ପହଞ୍ଚିବେ । ଦେଢ ଘଣ୍ଟା ଧରି ସଭାସ୍ଥଳରେ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ଯୁବ ବିଜେପି କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ଓଡ଼ିଶାକୁ ବଡ ଭେଟି ଦେବେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷାବଳୟ ଭିତରେ ରହିଛି ଝାରସୁଗୁଡ଼ା । ଛକ ଛକରେ ପୋଲିସ ଜଗିଥିବା ବେଳେ ପୂରା ସହରରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି । ସନ୍ଧାନୀ କୁକୁରକୁ ଧରି ସଭାସ୍ଥଳରେ ଟିକିନିକି ଯାଞ୍ଚ କରୁଛନ୍ତି ସୁରକ୍ଷାକର୍ମୀ ।