LIVE TV

କମିଲା ଡାଲି ଜାତୀୟ ଦ୍ରବ୍ୟର ମୂଲ୍ୟ, ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ

NEWS7
minister

ଭୁବନେଶ୍ୱର ୨୪/୦୯: ରାଜ୍ୟରେ କମିଲା ଡାଲି ଜାତୀୟ ଦ୍ରବ୍ୟର ମୂଲ୍ୟ । ବର୍ଷକ ମଧ୍ୟରେ ୧୦ ପ୍ରତିଶତ ରୁ ୪୦ ପ୍ରତିଶତ ହରଡ଼, ମୁଗ, ବୁଟ, ବିରି ଭଳି ଦ୍ରବ୍ଯ ର ମୂଲ୍ୟ ହ୍ରାସ ହୋଇଥିବା ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ । ଗତବର୍ଷ ତୁଳନାରେ ଚଳିତ ବର୍ଷ ହରଡ଼, ମୁଗ, ବୁଟ, ବିରି ଦର ରାଜ୍ୟରେ ୧୦% ରୁ ୪୦% କମିଛି ।

ସେହିପରି ଅଟା, ମଇଦା, ସୁଜି, ଗୁଡ଼, ଲୁଣର ଦର ଗତ ବର୍ଷ ତୁଳନାରେ ସ୍ଥିର ରହିଛି । ସେହିପରି ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଖାଇବା ତେଲ ଦର ବୃଦ୍ଧି ପାଇଛି । ତେଲ ମୂଲ୍ୟରେ ୭% ରୁ ୧୫% ବଢିଛି । ଏଥିରେ ସୋରିଷ ତେଲ ଓ ପାମୋଲିନ ତେଲ ଅଛି । ଗୃହରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଲିଖିତ ଉତ୍ତର ରଖିଛନ୍ତି ।