News7 Logo

ଇସ୍ରାଏଲ ଗାଜା ଯୁଦ୍ଧ ଜିତୁଛି ସତ , ହେଲେ ବିଶ୍ୱରେ ତାର ଜନସଂପର୍କ ଛବି ମଳିନ ପଡ଼ୁଛି : ଟ୍ରମ୍ପ

NEWS7
-

ୱାଶିଂଟନ – ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇସ୍ରାଏଲ ଗାଜାର ଯୁଦ୍ଧ ଜିତୁଛି। କିନ୍ତୁ ତାକୁ ଏହାର ଖୁବ୍‌ ମୂଲ୍ୟ ଦେବାକୁ ପଡ଼ୁଛି। ଟ୍ରମ୍ପ କହିଛନ୍ତି ଯେ, ପବ୍ଲିକ୍‌ ରିଲେସନ୍ସର ଦୁନିଆରେ ଇସ୍ରାଏଲର ଲବିକୁ ଖୁବ୍‌ କ୍ଷତି ପହଞ୍ଚିଛି। ଡେଲି କଲର ସହ ଏକ ଇଣ୍ଟରଭ୍ୟୁରେ ଟ୍ରମ୍ପ କହିଛନ୍ତି , ଆମେରିକୀୟ କଂଗ୍ରେସରେ ମଧ୍ୟ କଂଗ୍ରେସର ନିୟନ୍ତ୍ରଣ ହ୍ରାସ ପାଇବାରେ ଲାଗିଛି। ଯଦି ଆପଣ ୨୦ ବର୍ଷ ପୂର୍ବକୁ ଯିବେ ତ କଂଗ୍ରେସରେ ଇସ୍ରାଏଲର ଲବି ଖୁବ୍‌ ମଜବୁତ୍‌ ଥିଲା। ଉଲ୍ଲେଖନୀୟ ଯେ , ଇସ୍ରାଏଲୀୟ ରାଷ୍ଟ୍ରପତି ବେଞ୍ଜାମିନ୍‌ ନେତନ୍ୟାହୁଙ୍କୁ ଆମେରିକୀୟ ରାଷ୍ଟ୍ରପତିଙ୍କର ସମର୍ଥନ ରହିଛି। ନିକଟରେ ନେତନ୍ୟାହୁ କହିଥିଲେ ଯେ, ସେ ହମାସ ସହ ଚୁକ୍ତି ପାଇଁ ପ୍ରସ୍ତୁତ ନୁହଁନ୍ତି। କୁହାଯାଉଛି ଯେ, ନେତନ୍ୟାହୁଙ୍କ ଏହି ନିଷ୍ପତ୍ତିକୁ ଟ୍ରମ୍ପ ସମର୍ଥନ କରିଛନ୍ତି।

ଏହାସହ ମଧ୍ୟ ପଢନ୍ତୁ :    ପାକିସ୍ତାନର ସବୁଠୁ ଧନୀ ବିଜନେସ୍ ଗ୍ରୁପ୍ କୌଣସି କମ୍ପାନୀ ନୁହେଁ , ବରଂ ସେନାର ଫୌଜି ଫାଉଣ୍ଡେସନ, ଯାହାର ମୂଲ୍ୟ ୬ ବିଲିୟନ ଡଲାର : ରିପୋର୍ଟ

ଟ୍ରମ୍ପ କହିଛନ୍ତି ଯେ, ଗୋଟେ ସମୟ ଥିଲା ,ଯେବେ କାହାକୁ ପଲିଟିସିଆନ ହେବାର ଅଛି ତ ତାକୁ ଇସ୍ରାଏଲ ବିଷୟରେ କହିବାର ନିବୃତ୍ତ ରହିବାକୁ ହେଉଥିଲା। ଏହାସହ ହିଁ ସେ ୭ ଅକ୍ଟୋବରରେ ହମାସ ଦ୍ୱାରା ଇସ୍ରାଏଲ ଉପରେ କରାଯାଇ ଥିଲା ଆକ୍ରମଣକୁ ମଧ୍ୟ ମନେପକାଇ ଥିଲେ। ସେ କହିଛନ୍ତି ଯେ, ଏହା ଏକ ବିନାଶକାରୀ ଦିନ ଥିଲା। ସେ ଜୋର ଦେଇ କହିଛନ୍ତି – ଇସ୍ରାଏଲକୁ ଏହି ଯୁଦ୍ଧରୁ ବାହାରିବାକୁ ହେବ। ଏହା ଜେରୁସାଲମକୁ କ୍ଷତି କରୁଛି। ଟ୍ରମ୍ପ କହିଛନ୍ତି ଯେ , ଇସ୍ରାଏଲରୁ ତାଙ୍କୁ ଭଲ ସମର୍ଥନ ମିଳୁଛି, ଏହି ଦେଶ ଖୁବ୍‌ ଆକର୍ଷଣୀୟ।

ଏହି ଇଣ୍ଟରଭ୍ୟୁରେ ଟ୍ରମ୍ପ ଏହା ମଧ୍ୟ ଦାବି କରିଥିଲେ, ସେ ଯେତେ ସବୁ ଇସ୍ରାଏଲ ପାଇଁ କରିଛନ୍ତି , ତାହା ଆଉ ଅନ୍ୟ କେହି କରି ନାହିଁ । ସେ ଇରାନ ଉପରେ ନିକଟରେ ବୋମା ବର୍ଷଣ କରିଥିବା କଥାକୁ ମଧ୍ୟ ଉଲ୍ଲେଖ କରିଥିଲେ। ଟ୍ରମ୍ପ କହିଥିଲେ – ଯେଉଁଭଳି ଆମେ ଇରାନ ଉପରେ ସେହି ଜାହାଜ ଉଡ଼ାଇଲୁ, ଏମିତି ଆଉ କେହି କରିପାରିବେ ନାହିଁ। ଉଲ୍ଲେଖନୀୟ ଯେ, ଇରାନ ଓ ଇସ୍ରାଏଲ ମଧ୍ୟରେ ୧୨ ଦିନଯାଏ ଚାଲିଥିବା ଯୁଦ୍ଧ ବେଳେ ଆମେରିକା ଇସ୍ରାଏଲୀୟ ପରମାଣୁ କେନ୍ଦ୍ର ଉପରେ ବିମାନ ଆକ୍ରମଣ କରିଥିଲା।

ଏହା ପୂର୍ବରୁ ବ୍ରିଟେନର ବୈଦେଶିକ ସଚିବ ଡେଭିଡ୍‌ ଲାମି, ସୋମବାର ଗାଜାରେ ପର୍ଯ୍ୟାପ୍ତ ସହାୟତା ସାମଗ୍ରୀ ପହଞ୍ଚିବା ନଥିବାରୁ ଇସ୍ରାଏଲ ଉପରେ ବିରକ୍ତ ଭାବ ପ୍ରକାଶ କରିଥିଲେ। ସେ ଗାଜା ପାଇଁ ଚିକିତ୍ସା ସହାୟତା ପାଇଁ ୧.୫ କୋଟି ପାଉଣ୍ଡର ଅତିରିକ୍ତ ରାଶିର ଘୋଷଣା କରିଛ୍ତି।ସେ ଆହୁରି କହିଛନ୍ତି , ବ୍ରିଟେନର ଅଧିକାରୀ ଗୁରୁତର ଭାବେ ରୋଗରେ ପୀଡ଼ିତ ଓ ଆହତ ପିଲାଙ୍କୁ ଗାଜାରୁ ବାହାର କରି ବ୍ରିଟେନ ହସ୍ପିଟାଲ ଗୁଡ଼ିକରେ ବିଶେଷ ଚିକିତ୍ସାର ସୁବିଧା ଦେବାରେ କାମ କରୁଛନ୍ତି। ସେ କହିଛନ୍ତି ଏହା କୌଣସି ପ୍ରାକୃତିକ ବିପତ୍ତି ନୁହେଁ, ଏହା ୨୧ତମ ଶତାବ୍ଦୀରେ ଏକ ମାନବ –ନିର୍ମିତ ବିପର୍ଯ୍ଯୟ ।