LIVE TV

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀଙ୍କ ସଭା ପାଇଁ ପ୍ରସ୍ତୁତି ଜୋରଦାର, ସଭାସ୍ଥଳକୁ ଆସିବା ରୁଟ୍ ଠାରୁ ପାର୍କିଂ ଯାଏ ସମୀକ୍ଷା

NEWS7
Jharsuguda News

ଝାରସୁଗୁଡା ୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝାରସୁଗୁଡା ଗସ୍ତ ପାଇଁ ଚାଲିଛି ପ୍ରସ୍ତୁତି । ଝାରସୁଗୁଡ଼ାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୋଲିସ ଏଡିଜି ସନ୍ତୋଷ ବାଲା, ଆରପି କୋଚେ । ଆସନ୍ତା ୨୭ ତାରିଖରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ।

ବୁଧବାର ଦିନ ପ୍ରାୟ ସାଢେ ୧୧ଟା ବେଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଏଡିଜି ସନ୍ତୋଷ ବାଲା ଓ ଆରପି କୋଚେ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆସନ୍ତା ୨୭ ତାରିଖ ଦିନ ୧୧ଟାରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ସଭାସ୍ଥଳରେ ପହଞ୍ଚି ଯୁବ ସମାବେଶରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀଙ୍କ ସଭା ପାଇଁ ଅମଲିପାଲୀ ସ୍ଥିତ ପଡ଼ିଆରେ ପ୍ରସ୍ତୁତି ଜୋରସୋରରେ ଜାରି ରହିଛି । ଉତ୍ତରାଞ୍ଚଳ ରାଜସ୍ବ କମିଶନର ସଚିନ ରାମଚନ୍ଦ୍ର ଯାଦବ, ପୋଲିସ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ୱାନ, ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ ଓ ପୂର୍ତ୍ତ ସଚିବ ମଧ୍ୟ ସେମାନଙ୍କ ସହ ଉପସ୍ଥିତ ରହି ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭାସ୍ଥଳକୁ ଆସିବାର ରୁଟ୍ ଠାରୁ ନେଇ ପାର୍କିଂ ଯାଏ ତମାମ ଦିଗ ଉପରେ ସମୀକ୍ଷା ଜାରି ରହିଛି । କିଭଳି ଭାବେ କାର୍ଯ୍ୟକ୍ରମ ଠିକ୍‌ରେ ହେବ, କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ଲୋକଙ୍କର କୌଣସି ସମସ୍ୟା ହେବନି ସେଦିଗରେ ମଧ୍ୟ ଯତ୍ନବାନ ହେବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ଏହି ଟିମ୍ । ପ୍ରାୟ ୧ ଘଣ୍ଟାର କାର୍ଯ୍ୟକ୍ରମରେ ଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ ଓ ଉନ୍ମୋଚନ ହେବ । ଯୁବ ସମାବେଶରେ ଯୁବ ଗୋଷ୍ଠୀଙ୍କୁ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳକୁ ଆସିବାର ରୁଟ୍‌ ଠାରୁ ନେଇ ପାର୍କିଂ ଯାଏ ତମାମ ଦିଗ ଉପରେ ସମୀକ୍ଷା ଜାରି ରହିଛି । କିଭଳି ଭାବେ କାର୍ଯ୍ୟକ୍ରମ ଠିକ୍‌ରେ ହେବ, କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ଲୋକଙ୍କର କୌଣସି ସମସ୍ୟା ହେବନି ସେଦିଗରେ ମଧ୍ୟ ଯତ୍ନବାନ ହେବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ଏହି ଟିମ୍ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ଦଳୀୟ ସ୍ତରରେ କର୍ମୀଙ୍କ ଉତ୍ସାହ ବହୁଗୁଣିତ ହୋଇଛି ବୋଲି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ।