LIVE TV

ପ୍ରଭାସ-ଦୀପିକାଙ୍କ ମଧ୍ୟ ଫାଟ ! ୨ଟି ଫିଲ୍ମରୁ ବାହାରିବା ପଛରେ ଅଭିନେତାଙ୍କ ହାତ

NEWS7
film

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ବିବାଦ ଭିତରେ ଖୁବ୍ କମ୍ ଆସନ୍ତି । ହେଲେ ଏବେ ଏମିତି କିଛି ହେଲା ଯେ କଳକୀ ସିକ୍ଵେଲ୍‌ରୁ ବାଦ୍ ପଡ଼ିଛନ୍ତି ଦୀପିକା । ଫିଲ୍ମ ନିର୍ମାତା ଏକ୍ସରେ ପୋଷ୍ଟ କରିବା ପରଠୁ ହିଁ ବିବାଦ ଆରମ୍ଭ ହୋଇଛି । ଖାଲି କଲକୀ ସିକ୍ଵେଲ ନୁହେଁ ପ୍ରଭାସଙ୍କ ଅପ୍ କମିଙ୍ଗ୍ ଫିଲ୍‌ମ ସ୍ପିରିଟରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ଆଉ ଏହା ପଛରେ କାହାର ହାତ ରହିଛି ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ଯେ ଦୁଇଟି ଯାକ ଫିଲ୍ମରେ ପ୍ରଭାସ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ବେଳେ ଦୀପିକାଙ୍କୁ ବାହାର କରିବା ପଛରେ ତାଙ୍କର ହାତ ରହିଛି । ଦୀପିକା ପାଦୁକୋନଙ୍କ କିଛି ପ୍ରଶଂସକ ଅଭିନେତ୍ରୀଙ୍କୁ ଦୁଇଟି ବଡ଼ ପ୍ରୋଜେକ୍ଟରୁ ବାହାର କରିବା ପଛରେ ପ୍ରଭାସଙ୍କ ଭୂମିକା ଥିବା ନେଇ ସନ୍ଦେହ କରୁଛନ୍ତି ।

କିଛିଦିନ ତଳେ "କଲକୀ ୨୮୯୮ ଏଡି" ନିର୍ମାଣ କରିଥିବା ବୈଜୟନ୍ତୀ ମୁଭିଜ୍ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲେ ଯେ, ଦୀପିକା ପାଦୁକୋନ ଫିଲ୍ମ "କଲକୀ ସିକ୍ୱେଲ୍‌ର ଅଂଶ ହେବେ ନାହିଁ । ବହୁତ ବିଚାର ବିମର୍ଶ ପରେ, ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ପ୍ରଥମ ଫିଲ୍ମର ଦୀର୍ଘ ଯାତ୍ରା ସତ୍ତ୍ୱେ ଆମେ ଦୀପିକାଙ୍କ ସହଭାଗୀତା ପାଇଲୁ ନାହିଁ ।  ଆମେ ଦୀପିକାଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛୁ । ନିର୍ମାତାଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ବାରି ହୋଇପଡ଼ୁଥିଲା ଯେ ନିର୍ମାତାମାନେ ଦୀପିକାଙ୍କ ଉପରେ ଅସନ୍ତୋଷ ଥିଲେ । ଯେଉଁ କାରଣରୁ ତାଙ୍କୁ ଆଗାମୀ ପ୍ରୋଜେକ୍ଟରୁ ବାହାର କରିଦିଆଯାଇଛି । ଏତିକି ବେଳେ କଲକୀ ନିର୍ଦ୍ଦେଶକ ନାଗ ଅଶ୍ବିନ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ଏକ କଟାକ୍ଷ ପୂର୍ଣ୍ଣ ଷ୍ଟୋରୀ ଦେଇଛନ୍ତି ଯାହା ଦୀପିକାଙ୍କ ଆକ୍ଷେପ କରାଯାଉଥିବା ଦୀପିକାଙ୍କ ଫ୍ୟାନ୍ସ କହୁଛନ୍ତି । ପ୍ରଶଂସକମାନେ କହୁଛନ୍ତି ଯଦି ପ୍ରଭାସ ହସ୍ତକ୍ଷେପ କରିଥାନ୍ତେ, ତେବେ ନିର୍ମାତାମାନେ ଦୀପିକାଙ୍କୁ ଚଳଚ୍ଚିତ୍ରରୁ ବାହାର କରିନଥାନ୍ତେ । ଯେଉଁଥି ପାଇଁ ତାଙ୍କୁ ଉଭୟ ଫିଲ୍ମରୁ ଆଉଟ୍ କରିଦିଆଗଲା ।

ଖାଲି ଏତିକି ନୁହେଁ ଏହା ପୂର୍ବରୁ, ଦୀପିକା ପାଦୁକୋନଙ୍କୁ ପ୍ରଭାସଙ୍କ ଅଭିନୀତ ଫିଲ୍ମ "ସ୍ପିରିଟ୍"ରୁ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା ବାହାର କରିଥିଲେ । ସେ କହିଥିଲେ ଯେ, ଦୀପିକା ଅନେକ ଦାବି କରିଥିଲେ ଯାହା ନିର୍ମାତାଙ୍କୁ ପସନ୍ଦ ଆସିନଥିଲା, ଯେଉଁଥିରେ ୮ଘଣ୍ଟାର ସିଫ୍ଟ ମଧ୍ୟ ସାମିଲ ଥିଲା । ତେଣୁ ତାଙ୍କର ଏଭଳି ଦାବି ମାନିବା ଅପେକ୍ଷା ତାଙ୍କୁ ଫିଲ୍ମରୁ ବାହାର କରିଦେବା ଭଲ ବୋଲି ବିଚାର କରାଗଲା । ଏବେ ସାଉଥ୍ ଇଣ୍ଡଷ୍ଟ୍ରୀରେ ଦୀପିକାଙ୍କ ନେଇ କୁହୁଳିଥିବା ବାରୁଦ ଆଗକୁ କେଉଁ ରୂପ ନେବ ତାହା ଆକଳନ କରିବା ମୁସ୍କିଲ୍ ।