LIVE TV

ଦରଘା ବଜାର ଅଞ୍ଚଳରେ ରାଲି ଅଟକାଇଲା ପୋଲିସ, କଟକ ବନ୍ଦ ଡାକରାକୁ ସମର୍ଥନରେ ଏକାଠି ହୋଇଥିଲେ ବିଭିନ୍ନ ସଙ୍ଗଠନ

NEWS7
Cuttack

କଟକ ୫।୧୦: କଟକରେ ଆୟୋଜିତ ରାଲି ବେଳେ ଉତ୍ତେଜନା । ରାଲିରେ ଦରଘା ବଜାର ଅଞ୍ଚଳରେ ଅଟକିଛନ୍ତି ହଜାର ହଜାର ଲୋକ । ରାସ୍ତାରେ ଜୋରଦାର ହୋହଲ୍ଲା ଚାଲିଛି । ରାଲି ପାଇଁ ପୋଲିସ ଅନୁମତି ନଥିଲା । ଅନୁମତି ନଥିବାରୁ ରାଲିକୁ ଅଟକାଇଛି ପୋଲିସ । ବିଶ୍ବ ହିନ୍ଦୁ ପରିଷଦ ସହ ଅନ୍ୟ ସଙ୍ଗଠନ ରାଲିରେ ସାମିଲ ।

ଭସାଣି ଶୋଭାଯାତ୍ରା ବେଳେ ଆକ୍ରମଣ ଘଟଣାକୁ ନେଇ କଟକ ବନ୍ଦ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ । ସୋମବାର କଟକ ବନ୍ଦ ଡାକରା ଦେଇଛି ଭିଏଚ୍‌ପି । ବନ୍ଦ ଡାକରା ସମର୍ଥନରେ ବିଭିନ୍ନ ସଙ୍ଗଠନ ରାଲି ବାହାର କରିଛନ୍ତି । ରାଲିରେ ପାଞ୍ଚ ଶହରୁ ଅଧିକ ବାଇକ୍ ସାମିଲ ଅଛି । ବାଇକ୍ ରାଲି ସାରା ସହର ପରିକ୍ରମା କରିବା ଯୋଜନା ରହିଛି । ସମ୍ବେଦନଶୀଳ ଅଞ୍ଚଳରେ ରାଲିକୁ ପୋଲିସ ଅଟକାଇଛି ।