LIVE TV

କଟକ ଭସାଣି ଗଣ୍ଡଗୋଳ ଘଟଣାରେ ଘରେ ଘରେ ପଶି ଯାଞ୍ଚ କରୁଛି ପୋଲିସ, କେନ୍ଦ୍ରୀୟ ଟିମ୍ ମଧ୍ୟ ସାମିଲ

NEWS7
Cuttack News

କଟକ ୧୦: କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣାରେ ଛାନଭିନ ଚାଲିଛି । ହାତୀପୋଖରୀ ଛକରେ ଘରେ ଘରେ ପଶି ପୋଲିସ ଯାଞ୍ଚ କରୁଛି । କମିଶନରେଟ୍ ପୋଲିସ ସହ କେନ୍ଦ୍ରୀୟ ଟିମ୍ ମଧ୍ୟ ଘଟଣାର ଖୋଳତାଡ କରୁଛି । ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଘରେ ରେଡ୍ ଚାଲିଛି । ସହରରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲି ଫୋର୍ସ ମୁତୟନ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର କଟକ ଦରଘା ବଜାର ଅଞ୍ଚଳରେ ଭସାଣି ଯାତ୍ରା ବେଳେ ହୋଇଥିବା ଗଣ୍ଡଗୋଳ ଓ ପରେ ରବିବାର ବିଭିନ୍ନ ସଂଗଠନ ପକ୍ଷରୁ ଚାଲିଥିବା ଶୋଭାଯାତ୍ରା ସମୟରେ ହୋଇଥିଲା ହିଂସାକାଣ୍ଡ । ପରେ କଟକ ସହରରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲଗାଯାଇଥିଲା । କର୍ଫ୍ୟୁ ପ୍ରତ୍ୟାହାର ପରେ ମଙ୍ଗଳବାର ସକାଳ ୧୦ଟା ପରେ ସ୍ଥିତି ସାମାନ୍ୟ ହୋଇଥିଲା । ଲୋକେ ଯିବା ଆସିବା କରୁଥିଲେ, ଗାଡ଼ି ମଟର ଚାଲୁଥିବା ବେଳେ କିଛି ସ୍ଥାନରେ ଲୋକେ ଦୋକାନ ବଜାର ବନ୍ଦ ରଖିଥିଲେ । ବୁଧବାର କଟକ ବାଦାମବାଡ଼ି ଠାରୁ ଆରମ୍ଭ କରି ଦୋଳମୁଣ୍ଡାଇ ହରିପୁର, ରାଣୀହାଟ ଭଳି ଅନେକ ସ୍ଥାନରେ ଦୋକାନ ବଜାର ଖୋଲିଥିଲା । ଗାଡ଼ି ମଟର ଚଳାଚଳ କରିବାରେ ଲାଗିଥିଲା । ପୂର୍ବ ଦିନ ମାନଙ୍କ ଭଳି ଜନଜୀବନ ସ୍ଵାଭାବିକ ହେବାରେ ଲାଗିଥିଲା । ୩୬ ଘଣ୍ଟାର କର୍ଫ୍ୟୁ ପରେ ଗୋଟିଏ ନୂଆ କଟକ ଭଳି ପରିଲକ୍ଷିତ ହୋଇଥିଲା । କିଛି ଲୋକେ ନିଜର କର୍ମକ୍ଷେତ୍ରକୁ ଯିବା ପାଇଁ ବାହାରିଥିଲେ । ଯେହେତୁ ଶାନ୍ତ ପଡ଼ିଛି କଟକ ତେଣୁ ଏହାକୁ ନେଇ ସମସ୍ତଙ୍କ ମନରେ ଖୁସି ଅଛି ।

ସେହିଭଳି ଗତ ଶୁକ୍ରବାର ଓ ରବିବାର ଗଣ୍ଡଗୋଳ ଘଟିଥିବା ଦରଘା ବଜାର ଜେଲ୍ ରୋଡ ଅଞ୍ଚଳରେ ମଧ୍ୟ ଜଣଜୀବନ ସ୍ଵାଭାବିକ ଦେଖିବାକୁ ମିଳିଥିଲା । ଛକ ଛକରେ ପୋଲିସ ପଇଁତରା ମାରୁଥିବା ବେଳେ ବ୍ୟବସାୟୀ ମାନେ ଦୋକାନ ବଜାର ଖୋଲିଛନ୍ତି । ମନରେ ଟିକେ ଭୟ ରହିଥିବା ବେଳେ ମଧ୍ୟ ପୋଲିସ ଉପସ୍ଥିତି ବ୍ୟବସାୟୀ ମାନଙ୍କ ମନକୁ ସାହସ ଦେଇଛି । ଯେହେତୁ ଆଗକୁ ଦୀପାବଳି ଆସୁଛି ତେଣୁ ଦୋକାନ ସଫେଇ ସହ ପୂଜା ମଧ୍ୟ ହେବାକୁ ଯାଉଛି । ପୂର୍ଣ୍ଣିମା ବ୍ୟବସାୟ ମାଡ଼ ଖାଇ ଯାଇଥିବା ବେଳେ ଦୀପାବଳି ବ୍ୟବସାୟ ପାଇଁ ମଧ୍ୟ ଆଶା ବାନ୍ଧି ବସିଛନ୍ତି ।