LIVE TV

ଐତିହାସିକ କଟକ ବାଲିଯାତ୍ରା ପାଇଁ ପ୍ଲଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ, ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି

NEWS7
Baliyatra

କଟକ ୨୬।୯: ଐତିହାସିକ କଟକ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ଲଟ୍ ବୁକିଂ । ବାରବାଟୀ ଷ୍ଟାଡିୟମର ବାରବାଟୀ ପ୍ୟାଲେସରେ ଚାଲିଛି ଏହି ବୁକିଂ କାର୍ଯ୍ୟ । ଯେହେତୁ ବର୍ଷା ଲାଗି ରହିଛି ତେଣୁ ବୁକିଂ ପ୍ରକ୍ରିୟା ଟିକିଏ ଧିମେଇ ଯାଇଛି । ହେଲେ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

କେବଳ ତଳ ପଡିଆରେ ୧୬ଶହ ୭୦ଟି ପ୍ଲଟ୍ ବୁକିଂ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଣେ ବ୍ୟକ୍ତି ସର୍ବାଧିକ ତିନୋଟି ପ୍ଲଟ୍ ପାଇଁ ରେଜିଷ୍ଟ୍ରେସନ୍ କରିପାରିବେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଉଠା ବ୍ୟବସାୟୀ ମାନଙ୍କ ପାଇଁ ସ୍ବତନ୍ତ୍ର ପ୍ଲଟ୍ ବ୍ୟବସ୍ଥା କରାଯାଇଛି । ଉଠା ଦୋକାନୀ ମାନେ ୧୫ ଶହ ଟଙ୍କା ଦେଇ ପ୍ଲଟ୍ ବୁକିଂ କରିପାରିବେ । ପଞ୍ଜୀକରଣ ପ୍ରକ୍ରିୟା ସରିବା ପରେ ଅକ୍ଟୋବର ୧୩ ତାରିଖରୁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ସାଧାରଣ ବ୍ୟବସାୟୀଙ୍କ ପାଇଁ ପ୍ଲଟ୍ ପିଛା ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ରହିଥିବା ବେଳେ ଦୋଳି ଓ ଅନ୍ୟାନ୍ୟ ଖେଳ ପାଇଁ ପଞ୍ଜୀକରଣ ରାଶି ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ନଭେମ୍ବର ୫ରୁ ୧୨ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜନ ହେବ ।​​​​​​​