LIVE TV

ସୋଆ ଆଇଡିଏସ୍ ଏବଂ ଆଲାଇନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ସହଭାଗିତା,  ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ରରେ ଏକାଠି କରିବେ କାମ

NEWS7
Partnership between SOA IDS and Align University

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍‌ସେସ ଏବଂ ୟୁଏସ୍‌ଏର ଆଲାଇନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ସହଭାଗିତା ସ୍ଥାପନ ହୋଇଥିବାବେଳେ ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ରରେ ଏକତ୍ର କାର୍ଯ୍ୟ କରିବା ନେଇ ଚୁକ୍ତି ହୋଇଛି । ପ୍ରଥମ ଥର ପାଇଁ ଆଇଡିଏସ୍ ଏବଂ ଅର୍ଥୋଡଣ୍ଟିକ୍ସ, ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ବିଶ୍ୱର ୧ ନମ୍ବର ସହଭାଗୀ ଅନୁଷ୍ଠାନ ମଧ୍ୟରେ ସହଯୋଗିତା ହୋଇଛି।

ଏହା ଫଳରେ ପିଜି ଛାତ୍ରଛାତ୍ରୀମାନେ କ୍ଲିୟର ଆଲାଇନର ଟେକ୍ନୋଲୋଜି, ଥ୍ରୀଡି ପେନ୍‌ଟିଙ୍ଗ ଏବଂ ଏସୀୟା ମହାଦେଶର ରୋଗୀ ସେବା ନିମନ୍ତେ ଯେଉଁସବୁ ପ୍ରକଳ୍ପ କାର୍ଯ୍ୟ କରିବେ ସେଥିରେ ଅର୍ଥ ପ୍ରଦାନ ସହ ଆନ୍ତର୍ଜାତିକ ବିଶେଷଜ୍ଞମାନଙ୍କର ସହଯୋଗ ମଧ୍ୟ ପ୍ରାପ୍ତ ହେବ। ଏହା ଫଳରେ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ୍ ଅର୍ଥୋଡଂଟିକ୍ସ ଏବଂ ସହଭାଗୀ ଗବେଷଣା କ୍ଷେତ୍ରରେ ଅଧିକ ଅଭିଜ୍ଞତା ହାସଲ କରିପାରିବେ ।

ଆଲାଇନ ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟର ଏପିଏସି ଆଲାଇନ୍ ଟେକ୍ନୋଲଜିର ବାର୍ଷିକ ଗବେଷଣା ପୁରସ୍କାର ସହ ଯୋଡ଼ି ହୋଇଥିବା ବେଳେ ଏସୀୟା ମହାଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅର୍ଥୋଡଂଟିକ୍ସ ଏବଂ ଦନ୍ତ ଗବେଷଣା ନିମନ୍ତେ ଅନୁଦାନ ପ୍ରଦାନ କରିଥାଏ ।

ଆଇଡିଏସ୍‌ର ଅର୍ଥୋଡଂଟିକ୍ସ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏଥିରେ ଅନୁଷ୍ଠାନର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ, ଅର୍ଥୋଡଣ୍ଟିକ୍ସ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରୀତମ ମହାନ୍ତିଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ହୋଇପାରିଛି। ୨.୧୧ କୋଟିର ଏହି ସହଭାଗିତା ଦ୍ୱାରା ଅନେକ ଯୁବ ଅର୍ଥୋଡଂଟିକ୍ସ ଏବଂ ଗବେଷକଙ୍କୁ ବିଶ୍ୱସ୍ତରୀୟ ସୁବିଧା ମିଳିପାରିବ ବୋଲି ପ୍ରଫେସର (ଡାକ୍ତର) ଭୂୟାଁ କହିଛନ୍ତି ।