ନୀଳଗିରି: ବୁଧବାରଠାରୁ ବାଲେଶ୍ବର ନୀଳଗିରିରେ ଲାଗି ରହିଛି ଲଗାଣ ବର୍ଷା । ନୀଳଗିରିରେ ଏପର୍ଯ୍ୟନ୍ତ ୮୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ, ଏବେବି ଲାଗି ରହିଛି ବର୍ଷା। ତେବେ ଲଗାଣ ବର୍ଷା କାରଣରୁ ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ପୀଠ ଜଳମଗ୍ନ ହୋଇଛି।

ଗୁରୁବାର ଦିନସାରା ବର୍ଷା ଲାଗିରହିଥିବାରୁ ପାହାଡ଼ରୁ ଝରଣା ପାଣି ପ୍ରବଳ ବେଗରେ ଆସିଥିଲା। ଫଳରେ ପୀଠଟି ସମ୍ପୂର୍ଣ୍ଣ ବୁଡ଼ିଯାଇଛି। ଏମିତିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶାସନ ତରଫରୁ ଦର୍ଶନ ବନ୍ଦ କରାଯାଇଥିବାବେଳେ ନୀତିକାନ୍ତି ପୂଜା ଅନ୍ୟତ୍ର ହେବ ବୋଲି ଜଣାପଡ଼ିଛି।

ସୂଚନାଥାଉକି, ସଂପୂର୍ଣ୍ଣ ବାଲେଶ୍ବର ଜିଲ୍ଲାରେ ଲାଗି ରହିଛି ପ୍ରବଳ ବର୍ଷା। ଗତ ୨୪ ଘଣ୍ଟାରେ ବାଲେଶ୍ବର ଜିଲ୍ଲାରେ ହିଁ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ବାହାନଗାରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ ହୋଇଛି। ବାଲେଶ୍ବରରେ ୯୩. ୬ ମିମି ବର୍ଷା ରେକର୍ଡ ହୋଇଛି। ସୋରରେ ୯୦, ନୀଳଗିରିରେ ୮୫ ମିଲିମିଟର ବର୍ଷା ରେକର୍ଡ ହୋଇଛି।