News7 Logo

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଆନ୍ଦୋଳନ, ରାଜରାସ୍ତାରେ ଏକାଠି ହେଲେ ୨୦ ହଜାର ଶିକ୍ଷକ

NEWS7
Agitation

ଭୁବନେଶ୍ବର ୫।୯: ଗୁରୁ ଦିବସରେ ଗର୍ଜୁଛନ୍ତି ଶିକ୍ଷକ । ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଗାନ୍ଧୀ ମାର୍ଗରେ ଆନ୍ଦୋଳନ । ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକ ଏକାଠି ହୋଇଛନ୍ତି । ୫ ଦଫା ଦାବି ନେଇ ରାଜରାସ୍ତା ଗୁରୁମୟ, ନିଜ ହକ୍ ମାଗୁଛନ୍ତି ଗୁରୁ ।

ସମସ୍ତ ଯୋଗ୍ୟ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ଦାବି କରିଛନ୍ତି ଶିକ୍ଷକ ।  ଅବସର ଶିକ୍ଷକଙ୍କୁ ପେନସନ୍ ପ୍ରଦାନ, ଚାକିରି ସର୍ତ୍ତାବଳୀ ସହ ବୟସ ସୀମାକୁ ୬୦ରୁ ୬୨ ବର୍ଷକୁ ବୃଦ୍ଧି ନେଇ ସରକାରଙ୍କୁ ଘେରିବେ ଶିକ୍ଷକ । ସରକାରକୁ ଆସିବା ପୂର୍ବରୁ ପ୍ରତିଶ୍ରୁତି ଦେଇ ଭୁଲି ଯାଇଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ଓ ଅଧ୍ୟାପକ । ଯାହାକୁ ନେଇ ଗୁରୁ ଦିବସରେ ଗୁରୁଙ୍କ ପ୍ରତି ହୋଇଥିବା ଅବହେଳାକୁ ଜଣାଇବାକୁ ରାଜଧାନୀରେ ହଜାର ହଜାର ଶିକ୍ଷକ ଓ ଅଧ୍ୟାପକ ।