LIVE TV

ଉଦ୍ଦେଶ୍ୟମୂଳକ ଭାବେ ବିଧାନସଭାକୁ ବନ୍ଦ କରାଯାଉଛି, ଯଦି ଆନ୍ତରିକ ଇଚ୍ଛା ଥାଆନ୍ତା ଲେଖିକି ଦିଅନ୍ତେ

NEWS7
BJP

ଭୁବନେଶ୍ବର ୨୧।୯: ବିଧାନସଭା ଅଚଳାବସ୍ଥା ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ, ପ୍ରଥମ ଦିନରୁ ବିଜେଡି ଦଳର ଏହା ଷ୍ଟ୍ରାଟେଜି ଥିଲା ଯେ ବିଧାନସଭାକୁ ଚଲେଇ ଦେବେନାହିଁ । ତାଙ୍କ ଦଳର ନେତା ବିଧାନସଭା ଆସିବାକୁ ଅକ୍ଷମ । ତେଣୁ ବିଧାନସଭା ଚଲେଇ ନଦେବାକୁ କୁହାଯାଇଛି । ତାଙ୍କର ଯଦି ଆନ୍ତରିକ ଇଚ୍ଛା ଥାଆନ୍ତା ସେମାନେ ଲେଖିକି ଦିଅନ୍ତେ । ପ୍ରଥମ ଦିନ କଂଗ୍ରେସ ସାର ଉପରେ ମୁଲତବୀ ଆଣିଥିଲା । ସେମାନେ ଯଦି ଏତେ ଚିନ୍ତିତ ତେବେ ସେଦିନ ଆଲୋଚନା କରିଥାନ୍ତେ ।

ବରିଷ୍ଠ ନେତା ମାନେ ମଧ୍ୟ ଲବିରେ କହୁଛନ୍ତି ଆମେ ନିର୍ଦ୍ଦେଶ ପାଇ ଗୃହ ବନ୍ଦ କରୁଛୁ । କିନ୍ତୁ ଗୃହରେ ଚୁପ୍ ରହୁଛନ୍ତି । ମୁଲତବୀରେ ଆଲୋଚନା କରିବେ କି ଶୂନ୍ୟକାଳରେ ଆଲୋଚନା କରିବେ କେଉଁ ଫର୍ମରେ ଆଲୋଚନା କରିବେ ସେମାନେ ସ୍ପଷ୍ଟ କରୁନାହାନ୍ତି । ସରକାର ପ୍ରସ୍ତୁତ ଅଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ବିଜେଡି ବିଧାନସଭାକୁ ବନ୍ଦ କରୁଛି । ସେକେଣ୍ଡ ପୋଜିସନ୍ ପାଇଁ ଏହି ପ୍ରତିଯୋଗିତା ଚାଲିଛି । କିଏ ସିଲଭର କିଏ ବ୍ରୋଞ୍ଜ ପାଇବେ, ଆମର ସେଥିରେ କିଛି ନାହିଁ ।