ଭୁବନେଶ୍ବର ୨୦।୯: ଶନିବାର ବି ଚାଲିପାରିଲାନି ବିଧାନସଭା । ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ ।

ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନରେ ଦିବଂଗତ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକ ପ୍ରସ୍ତାବ ଆଗତ ପରେ ଗୃହରେ ହଟ୍ଟଗୋଳ ହୋଇଥିଲା । ରାଜ୍ୟରେ ସାର ସଙ୍କଟ ପ୍ରସଙ୍ଗରେ ବିଜେଡି ସଦସ୍ୟ ଗୃହରେ ହୋହଲ୍ଲା କରିବା ସହ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ହୋହଲ୍ଲା ସହ ବିରୋଧୀ ସଦସ୍ୟ  ନାରାବାଜି କରିଥିଲେ । ଫଳରେ ଗୃହ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କ ବାଚସ୍ପତି