News7 Logo

ନିଶା ମୁକ୍ତ ରୋଷଣି ଏବଂ ଡିଜେ ମୁକ୍ତ ଭସାଣି; କଟକ ପାଇଁ କମିଶନରେଟ୍ ପୋଲିସର ସ୍ଲୋଗାନ୍

NEWS7
dsd

କଟକ: କଟକରେ ଏଥର ନିଶା ମୁକ୍ତ ରୋଷଣି ଏବଂ ଡିଜେ ମୁକ୍ତ ଭସାଣି ପାଳନ ହେବ । ଚଳିତ ବର୍ଷର ଦଶହରା ପର୍ବରେ କଟକ ଲାଗି ଏହି ସ୍ଲୋଗାନ ଦେଇଛି କମିଶନରେଟ ପୋଲିସ । ଆଜି ପୋଲିସ କମିଶନରଙ୍କ ଦଶହରା ପ୍ରସ୍ତୁତି ବୈଠକରେ ଏହି ମତ ପ୍ରକାଶ ପାଇଛି । ତେବେ ହାଇକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ କରିବା ଏବଂ ଏକ ସୁରକ୍ଷିତ ବାତାବରଣ ଭିତରେ ପୂଜା ପାଳନ କରିବାକୁ ପୋଲିସ ବିଭାଗ କଟକି ମୁରବୀ ମାନଙ୍କୁ ନିବେଦନ କରିଛି । ଏଥର ପର୍ଯ୍ୟାପ୍ତ ପରିମାଣର ଅସ୍ଥାୟୀ ଶୌଚାଳୟ ବସାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏହା ବ୍ୟତିତ, ଭିଡ଼ ନିୟନ୍ତ୍ରଣ ପାଇଁ ଏଆଇ ଟେକ୍ନୋଲୋଜିର ପ୍ରୟୋଗ ଉପରେ ପୋଲିସ ଗୁରୁତ୍ୱ ଦେଇଛି । ସହରର ବିଭିନ୍ନ ସ୍ଥାନରେ ଆଉଟ୍ ପୋଷ୍ଟ ବସାଇବା ସହିତ ଅପରାଧ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।