LIVE TV

ଜନ୍ମଦିନରେ ପଦଯାତ୍ରାକୁ ଓହ୍ଲାଇବେ ନବୀନ ପଟ୍ଟନାୟକ, SOS ଭିଲେଜ ଯାଇ ବାଣ୍ଟିବେ ମିଠା

NEWS7
bjd supremo

ଭୁବନେଶ୍ୱର ୧୩/୧୦: ନୂଆପଡା ନିର୍ବାଚନ ପୂର୍ବରୁ ବିଜେଡିର ନୂଆ ଷ୍ଟ୍ରାଟେଜି । ଆସନ୍ତା ଜନ୍ମଦିନରେ ପଦଯାତ୍ରା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅକ୍ଟୋବର ୧୬ ଜନ୍ମଦିନରେ ପଦଯାତ୍ରାକୁ ଓହ୍ଲାଇବେ ନବୀନ । ଭୁବନେଶ୍ବର ଗଙ୍ଗନଗର ୱାର୍ଡ ନଂ ୫୨ରେ ଜନସଂପର୍କ ପଦଯାତ୍ରା କରିବେ ସେ । SOS ଭିଲେଜ ଯାଇ ମିଷ୍ଟାନ୍ନ ବଣ୍ଟନ କରିବେ । ଏହାସହ କର୍ମୀ ଶୁଭେଚ୍ଛା ଜଣାଇବେ ବୋଲି ସେ କହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡା ।

 

ସୂଚନା ଥାଉକି, ଜନ୍ମଦିନରେ ପଦଯାତ୍ରାକୁ ଓହ୍ଲାଇବେ ନବୀନ ପଟ୍ଟନାୟକ । ଗଙ୍ଗ ନଗର ଓ୍ୱାର୍ଡ ନଂ ୫୨ରେ ବିରୋଧୀଙ୍କୁ ଦେଖାଇବେ ତାଙ୍କର ନିର୍ବାଚନ ରଣନୀତି ।  ଜନସମ୍ପର୍କ ପଦଯାତ୍ରା କରିବେ ନବୀନ। ଏହି ଅବସରରେ ଦଳର କର୍ମୀ ମାନେ ନବୀନ ଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇବେ। ଏନେଇ ଭୁବନେଶ୍ଵର ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରସ୍ତୁତି କରାଯାଇଛି।