LIVE TV

୫ ବର୍ଷ ପରେ ରାୟ ପ୍ରକାଶ, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

NEWS7
Khordha

ଖୋର୍ଦ୍ଧା ୨୭।୯: ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା । ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ  ସହ ୧୦ ହଜାର ଟଙ୍କା ଜରିମାନା । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି । ଅଭିଯୁକ୍ତ ବାଙ୍କୀ ଓଗାଲପଡାର ନରେନ୍ଦ୍ର ମହାରଣା ଓରଫ ବାବୁଲି ।

୨୦୧୯ ମସିହା ଜାନୁଆରୀ ୩୦ ତାରିଖ  ଖୋର୍ଦ୍ଧା ଜିଲା ବାଘମାରୀ କଣ୍ଟାମଳିମ ଗ୍ରାମରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଗୋପାଳ ଚନ୍ଦ୍ର ପାତ୍ରଙ୍କ ସାନପୁଅ ସତ୍ୟବ୍ରତଙ୍କୁ ଅଭିଯୁକ୍ତ ନରେନ୍ଦ୍ର  ଅତି ନୃଶଂସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ।  ୫ ବର୍ଷ ପରେ ଏହାର ରାୟ ପ୍ରକାଶ ପାଇଛି । ମାମଲାର ବିଚାର କରି ପ୍ରଥମ ଏଡିଜେ ରଞ୍ଜୁଲତା ଲେଙ୍କା ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି  । ସରକାରଙ୍କ ପକ୍ଷରୁ ଅତିରିକ୍ତ ଓ ସ୍ବତନ୍ତ୍ର ପ୍ଲବିକ ପ୍ରସିକ୍ୟୁଟର ରଜନୀକାନ୍ତ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।