LIVE TV

ରାଜପଥ ପ୍ରୋଟେକ୍ସନ ୱାଲ ଖସି ନାବାଳିକା ମୃତ, ଜେସିବି ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ

NEWS7
Bhadrak

ଭଦ୍ରକ: ଜାତୀୟ ରାଜପଥରେ ଅଘଟଣ । ଫ୍ଲାଏ ଓଭର ବ୍ରିଜର ପ୍ରୋଟେକ୍ସନ୍ ସ୍ଲାବ ଖସି ବର୍ଷୀୟ ନାବାଳିକା ମୃତ୍ୟୁ୧୬ ନମ୍ୱର୍ ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ବିଷ୍ଣୁପୁର ଛକରେ ଅଘଟଣ ଘଟିଛି । ଉତ୍ତ୍ୟକ୍ତ ଲୋକେ ଜେସିବି ଜାଳି ବିରୋଧ ପ୍ରଦର୍ଶନ କରିଥିବା ଜଣା ପଡ଼ିଛି।

ସୂଚନା ଅନୁଯାୟୀ, ନାବାଳିକା ଜଣକ ରାସ୍ତା ଅତିକ୍ରମ କରୁଥିବା ବେଳେ ନିର୍ମାଣାଧୀନ ଫ୍ଲାଏ ଓଭର ବ୍ରିଜ ଓ ପ୍ରୋଟେକ୍ସାନ ୱାଲ୍ ନାବାଳିକା ଉପରେ ଖସି ପଡିଥିଲା । ନାବାଳିକା ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଉତ୍ତେଜନା ଦେଖା ଦେଇଛି ।  ଉତ୍ତ୍ୟକ୍ତ ଲୋକେ ଜେସିବି ଜାଳି ଦେଇଥିବା ସୂଚନା ମିଳିଛି  । ତେବେ ଏହି ରାସ୍ତାରେ ଦୀର୍ଘ ଦିନ ନିର୍ମାଣାଧୀନ ଥିବାରୁ ଉତ୍ତେଜନା ଦେଖା ଦେଇଛି ।