News7 Logo

ଗାଧୋଇବା ବେଳେ କେନାଲରେ ଭାସିଗଲେ ନାବାଳକ, ପ୍ରାୟ ଘଣ୍ଟାଏ ପରେ ଅଚେତ ଅବସ୍ଥାରେ ଉଦ୍ଧାର

NEWS7
Bhubaneswar

ଭୁବନେଶ୍ବର ୫୯: ଭୁବନେଶ୍ବର ଦାରୁଠେଙ୍ଗ ଗାଁ ନିକଟରେ ଅଘଟଣ । ଗାଧୋଇବା ବେଳେ କେନାଲରେ ଭାସିଗଲେ ଛାତ୍ର । ପ୍ରାୟ ଏକ ଘଣ୍ଟା ପରେ କେନାଲରେ ଭାସିଯାଇଥିବା ନାବାଳକ ଉଦ୍ଧାର ହୋଇଛନ୍ତି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।​​​​​​​

ସୂଚନାଯୋଗ୍ୟ ଯେ, ଦାରୁଠେଙ୍ଗ କେନାଲକୁ ଗାଧୋଇବାକୁ ଯାଇଥିଲେ ଜଣ ଗାଧୋଇବା ବେଳେ ଅସାବଧାନତା ବଶତଃ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଭାସି ଯାଇଥିଲେ ଖବର ପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରାୟ ଏକ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ନାବାଳକ ଜଣଙ୍କ କେନାଲରୁ ଉଦ୍ଧାର ହୋଇଛନ୍ତି । ନାବାଳକଙ୍କୁ ଅଚେତ ଅବସ୍ଥାରେ ସ୍ଥାନୀୟ ମେଡିକାଲକୁ ପଠାଇଛନ୍ତି ଅଗ୍ନିଶମ ବାହିନୀ ।​​​​​​​