ନୂଆଦିଲ୍ଲୀ ୦୮।୧୧; ଦିଲ୍ଲୀର ରିଠାଲା ମେଟ୍ରୋ ଷ୍ଟେସନ ନିକଟରେ ବଡ଼ ଅଘଟଣା ଘଟିଛି। ରିଠାଲା ମେଟ୍ରୋ ଷ୍ଟେସନ ଏବଂ ଦିଲ୍ଲୀ ଜଳ ବୋର୍ଡ ମଧ୍ୟରେ ଅବସ୍ଥିତ ବଙ୍ଗାଳୀ ବସ୍ତିରେ ନିଆଁ ଲାଗି ଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଅଗ୍ନିଶମ ଗାଡ଼ି ଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଥିଲା। କିଛି ଘଣ୍ଟାର ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ନିଆଁ ଲିଭାଇବା ପାଇଁ ମୋଟ ୧୫ଟି ଗାଡ଼ି ନିୟୋଜିତ କରାଯାଇଥିଲା। ଏହି ଘଟଣାରେ ଜଣେ ପିଲା ମଧ୍ୟ ଆହତ ହୋଇଛି ଏବଂ ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣାରେ ପ୍ରାୟ ୪୦୦-୫୦୦୦ କୁଡ଼ିଆ ନଷ୍ଟ ହୋଇଯାଇଥିଲା ଏବଂ ନିଆଁକୁ ନିୟନ୍ତ୍ରଣ କରିବାକୁ କିଛି ଘଣ୍ଟା ଲାଗିଥିଲା। ଜଣେ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ପୋଡ଼ି ଯାଇଥିବା ଜଣେ ବ୍ୟକ୍ତି ଓ ପିଲାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। । ଅଗ୍ନିକାଣ୍ଡର କାରଣ ତଦନ୍ତାଧୀନ ଅଛି। ପୋଲିସ ସୂତ୍ର ଅନୁଯାୟୀ ଅନେକ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଆହୁରି ବଢି ଯାଇଥିଲା । ଯାହାକୁ ଦେଖି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଅଗ୍ନିଶମ ଅଧିକାରୀ କହିଛନ୍ତି,  ସୂଚନା ପାଇବା ମାତ୍ରେ ଘଟଣାସ୍ଥଳକୁ ୧୫ଟି ଦମକଳ ଗାଡ଼ି ପଠାଯାଇଥିଲା। ହେଲେ ବହୁତ ପରିଶ୍ରମ ପରେ, ନିଆଁକୁ ନିୟନ୍ତ୍ରଣ କରାଯାଇଛି। କୌଣସି ଗୁରୁତର ଆହତ ହୋଇଥିବାର ସୂଚନା ମିଳିନାହିଁ।

ଅଗ୍ନିକାଣ୍ଡର ଭିଡିଓ ଫୁଟେଜରେ କେବଳ ଧୂଆଁ  ଓ ନିଆଁ ପୂରା ଅଞ୍ଚଳରେ ବ୍ୟାପି ଯାଇଥିବାର ଦେଖିବାକୁ ମିଳିଛି ।  ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅଗ୍ନିକାଣ୍ଡ ପ୍ରଥମେ ଅନେକ କୁଡ଼ିଆ ଘର ଗୁଡିକୁ ପାଉଁଶ କରିଦେଇଥିଲା। ତା’ପରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଆହୁରି ତୀବ୍ର ହୋଇ ସମଗ୍ର ଅଞ୍ଚଳରେ ବ୍ୟାପିଯାଇଥିଲା। ତଥାପି, ଅଗ୍ନିକାଣ୍ଡ କିପରି ହୋଇଥିଲା ତାହାର ତଦନ୍ତ ଚାଲିଛି ।