LIVE TV

ଦୀପିକାଙ୍କ ସର୍ତ୍ତ ମାନିଲେନି ମେକର୍ସ, ଫିଲ୍ମ କଲକି ସିକ୍ଵେଲ୍‌ରୁ ବାହାରିଲେ ଅଭିନେତ୍ରୀ

NEWS7
deepika

ନୂଆଦିଲ୍ଲୀ ୧୯।୦୯; ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ। ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀପିକା ତେଲୁଗୁ ବ୍ଲକବଷ୍ଟର "କଲକି ୨୮୯୮ ଏଡି"ର ସିକ୍ୱେଲରେ ନଜର ଆସିବେ ନାହିଁ। ନିର୍ମାତା ଘୋଷଣା କରିଛନ୍ତି ଯେ ଅଭିନେତ୍ରୀ ଏହି ଭୂମିକାକୁ ଫେରିବେ ନାହିଁ। ଏହି ଖବର ପ୍ରକୃତରେ ଆଶ୍ଚର୍ଯ୍ୟଜନକ।

This is to officially announce that @deepikapadukone will not be a part of the upcoming sequel of #Kalki2898AD.

After careful consideration, We have decided to part ways. Despite the long journey of making the first film, we were unable to find a partnership.

And a film like…

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଫିଲ୍ମ "କଲକି ୨୮୯୮ ଏଡି" ନିର୍ମାଣ କରିଥିବା ବୈଜୟନ୍ତୀ ମୁଭିଜ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ଏହି ଖବର ସେୟାର କରିଛନ୍ତି। ସେମାନେ ଲେଖିଛନ୍ତି, "ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି ଯେ ଦୀପିକା ଫିଲ୍ମ କଲକି ସିକ୍ୱେଲର ଅଂଶ ହେବେ ନାହିଁ। ବହୁତ ବିଚାର ବିମର୍ଶ ପରେ, ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଦୀପିକାଙ୍କୁ ତାଙ୍କ ଭବିଷ୍ୟତ ପ୍ରୟାସରେ ଶୁଭକାମନା ଜଣାଉଛୁ।"
ଦୀପିକା ବାହାରିବାର କାରଣ କ'ଣ?
ସୂଚନା ଅନୁସାରେ ଦୀପିକାଙ୍କ ୩ଟି ସର୍ତ୍ତ ନପୂରା ହେବାକୁ ସେ ସିନେମାରୁ ଓହରିଥିବା ସୂଚନା ମିଳିଛି । କେବଳ ୮ଘଣ୍ଟାର ସୁଟିଂ, ୨୫ ପ୍ରତିଶତ ପାରିଶ୍ରମିକ ବୃଦ୍ଧି ଓ ବ୍ୟକ୍ତଗତ ଟିମ ପାଇଁ ତାରକା ଯୋହେଶଲରେ ରହଣୀ ଦାବି କରିଥିଲେ । ଯାହାକୁ ସିନେ ମେକର ମାନିବାକୁ ନାରାଜ । ପୂର୍ବରୁ ସଞ୍ଜୟ ବାଙ୍ଗାଙ୍କ ସିନେମା ସ୍ପିରିଟରୁ ମଧ୍ୟ ଓହରିସାରିଛନ୍ତି ଦୀପିକା । ଏହି ଫିଲ୍ମରେ ପ୍ରଭାସ ଏବଂ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମଟି ନାଗ ଅଶ୍ୱିନଙ୍କ ଦ୍ୱାରା ନିର୍ଦ୍ଦେଶିତ । କ୨୮୯୮ ଏଡି ଫିଲ୍ମଟି ୨୭ ଜୁନ୍ ୨୦୨୪ରେ ମୁକ୍ତିଲାଭ କରିଥିଲା । ପ୍ରଥମ ଫିଲ୍ମର କାହାଣୀ ମହାଭାରତର କୁରୁକ୍ଷେତ୍ର ଯୁଦ୍ଧର ଶେଷରେ ଆରମ୍ଭ ହୁଏ ଏବଂ ୨୮୯୮ ଖ୍ରୀଷ୍ଟାବ୍ଦରେ ଭବିଷ୍ୟତକୁ ଗତି କରେ। କଳକି ୨୮୯୮ ଏଡି" ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା, ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଥିଲା ।