LIVE TV

ପରିବେଶ ଏବଂ ଜଙ୍ଗଲ ମଞ୍ଜୁରୀ ଉପରେ MCL ପକ୍ଷରୁ ଦିନିକିଆ କର୍ମଶାଳା, ଜୈବ ବିବିଧତା ସଂରକ୍ଷଣରେ ଯୋଗଦାନ ପାଇଁ ଆହ୍ବାନ ଦେଲେ ମୁଖ୍ୟ ଅତିଥି

NEWS7
MCL organises workshop on Environmental & Forest Clearances

ଭୁବନେଶ୍ବର: ପରିବେଶ ଏବଂ ଜଙ୍ଗଲ ମଞ୍ଜୁରୀ ଉପରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ପକ୍ଷରୁ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି। ଗୁରୁବାର ଆୟୋଜିତ ‘‘Environmental & Forest Clearances, Compliance & Best Practices” ନାମକ ଏହି ଦିନିକିଆ କର୍ମଶାଳାରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MoEFCC) କୋଇଲା ଏବଂ ତାପଜ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (EAC)ର ଅଧ୍ୟକ୍ଷ ଇନ୍ଦର ପାଲ ସିଂହ ମାଥାରୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଇନ୍ଦର ପାଲ ସିଂହ ମାଥାରୁ ଉଦବୋଧନ ଦେଇ କହିଥିଲେ ଯେ, ରାଷ୍ଟ୍ର ସେବାର ଏକ ଅଂଶ ଭାବରେ ଜୈବ ବିବିଧତା ସଂରକ୍ଷଣରେ ଯୋଗଦାନ ଦେବା ଆବଶ୍ୟକ। ସେ କୋଇଲା ଖଣି ଏବଂ ତାପଜ ଶିଳ୍ପର କାର୍ଯ୍ୟନିର୍ବାହୀମାନଙ୍କୁ ପରିବେଶ ସଚେତନତା ସହିତ ରାଷ୍ଟ୍ର ସେବା କରିବାକୁ ପ୍ରେରଣା ଦେଇ କହିଥିଲେ, "ଆମକୁ ଦେଶର ଆର୍ଥିକ ଅଭିବୃଦ୍ଧି ଆବଶ୍ୟକ, କିନ୍ତୁ ପରିବେଶର ମୂଲ୍ୟରେ ନୁହେଁ,"।

ସେହିଭଳି କାର୍ଯ୍ୟକ୍ରମରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟ​‌ରେ ରହିଥିଲେ MOEF&CCର EAC ସଦସ୍ୟଙ୍କ ସଦସ୍ୟ ଏବଂ ଓଡ଼ିଶା ରାଜ୍ୟ ବନ ବିଭାଗ, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ବନ ବିକାଶ ନିଗମ, ଛତିଶଗଡ଼ ରାଜ୍ୟ ବନ ବିକାଶ ନିଗମ ଲିମିଟେଡ୍, କୋଲ୍ ଇଣ୍ଡିଆର ନିର୍ଦ୍ଦେଶକ ଏବଂ ଏହାର ସହାୟକ କମ୍ପାନୀଗୁଡ଼ିକର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଏମସିଏଲ ସିଏମଡି ଉଦୟ ଅନନ୍ତ କାଓଲେ ଏବଂ ଅନ୍ୟ କାର୍ଯ୍ୟକାରୀ ନିର୍ଦ୍ଦେଶକ ଏବଂ ସିଭିଓ ଅତିଥିଙ୍କୁ ସ୍ବାଗଥ କରିଥିଲେ। କର୍ମଶାଳାରେ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ କୋଲ ଇଣ୍ଡିଆ ଏବଂ ଏହାର ସହାୟକ କମ୍ପାନୀଗୁଡ଼ିକର ଅଧିକାରୀ; ଅନ୍ୟ ପିଏସୟୁ ଏବଂ ଶିଳ୍ପ ଯେପରିକି ଏନଟିପିସି, ଏନଏଲସିଆଇଏଲ, ଏସସିସିଏଲ, ବେଦାନ୍ତ, ହିଣ୍ଡାଲକୋ, ଜେଏସଡବ୍ଲୁର ବରିଷ୍ଠ ଅଧିକାରୀ; ଏବଂ ଏନଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସରମାନେ ସାମିଲ ଥିଲେ।