LIVE TV

କଟକରେ ବଡ ଅଘଟଣ, ପ୍ରବଳ ବର୍ଷାରେ ଭୁଶୁଡିଲା ଲାଇଟ୍ ଗେଟ୍

NEWS7
CTC

କଟକ ୦୧/୧୦: ୨ଦିନ ଖରା ପାଗ ପରେ ପୁଣି ଆରମ୍ଭ ହୋଇଯାଇଛି ବର୍ଷା । ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । କେଉଁଠି ଝିପିଝିପି କେଉଁଠି ଜୋରରେ ବର୍ଷୁଛି । ପ୍ରବଳ ଝଡ ଓ ବର୍ଷାରେ କଟକରେ ଘଟିଛି ବଡ ଅଘଟଣ । ରାସ୍ତାରେ ଭାଙ୍ଗି ପଡିଲା କଲେଜ ଛକର ଲାଇଟ୍‌ ଗେଟ୍‌ । ତେବେ ଗେଟ୍‌ ଭାଙ୍ଗିବା ସମୟରେ ସେଠାରେ କେହି ଉପସ୍ଥିତ ନଥିଲେ । ଏବେ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ନାହିଁ  ।​​​​​​​