LIVE TV

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା, ୨ ଦିନ ପରେ ବି ପୋଲିସର ହାତ ଖାଲି, ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ପାଇଁ ଆଇନଜୀବୀଙ୍କ ନିବେଦନ

NEWS7
Pitabash Panda

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ପ୍ରାୟ ୨ ଦିନ ବିତିଗଲାଣି। ଅପରାଧୀଙ୍କୁ ଧରିବା ପାଇଁ ବ୍ରହ୍ମପୁର ପୋଲିସ ୬ଟି ଗଠନ କରିଥିଲେବି, ପୋଲିସର ହାତ ଖାଲି। ଧରା ପଡ଼ିନାହାନ୍ତି ଅପରାଧୀ।ସେପଟେ ଏହି ଘଟଣାକୁ ନେଇ ରାଜ୍ୟ ଓକିଲ ସଙ୍ଘ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ କରାଯାଇଛି। ଏହାରି ଭିତରେ ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଫେରାଦ ହୋଇ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ପାଇଁ କରିଛନ୍ତି ନିବେଦନ କରିଛନ୍ତି ଆଇନଜୀବୀ।

ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବୁଧବାର ରାଜ୍ୟ ଆଇନଜୀବୀ ପରିଷଦ କଲମ ଛାଡ଼ ଆନ୍ଦୋଳନ ଡାକରା ଦେଇଛି। ଯାହାର ପ୍ରଭାବ ଗଞ୍ଜାମ ଜିଲ୍ଲାରେ ପଡ଼ିଛି। ବ୍ରହ୍ମପୁରସ୍ଥିତ ଗଞ୍ଜାମ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଆଇନଜୀବୀମାନେ ସଙ୍ଘ କାର୍ଯ୍ୟାଳୟରେ ଏକତ୍ରିତ ହୋଇ କାର୍ଯ୍ୟ ବନ୍ଦ କରିଥିଲେ। ଏହା ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ପାଇଁ ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଫେରାଦ ହୋଇ ନିବେଦନ କରିଛନ୍ତି। ଏସପିଙ୍କ ତତ୍ୱାବଧାନରେ ଘଟଣାର ତଦନ୍ତ କରୁଛି ପୋଲିସ। ଖୁବ ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି ଦକ୍ଷିଣାଞ୍ଚଳ ଆଇ ଜି କହିଛନ୍ତି।

ସେପଟେ ଘଟଣାରେ ବ୍ରହ୍ମପୁର ଏସପି ପ୍ରତିକ୍ରିୟା ରଖି କହିଛନ୍ତି ଖୁବ ଶୀଘ୍ର ଅପରାଧୀଙ୍କୁ ଧରାଯିବ। ୬ଟି ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରାଯାଇଛି। ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି। କିଛି ଜଣଙ୍କୁ ପଚରା ଉଚରା କରାଯାଇଛି। ସିସିଟିଭି ଯାଞ୍ଚ କରାଯାଉଛି। ଖୁବ ଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବୁଧବାର ପୀତବାସ ପଣ୍ଡାଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଆସିଥିଲା। ଯେଉଁଥିରେ ଅଧିକ ରକ୍ତ ସ୍ରାବ ଯୋଗୁ ମୃତ୍ୟୁ ହୋଇଛି ବୋଲି ଏଫଏମଟି ବିଭାଗୀୟ ମୁଖ୍ୟ ଡାକ୍ତର ସୂଦୀପ୍ତା ଦାସ କହିଛନ୍ତି। ସେ କହିଛନ୍ତି ଗୁଳି ଫୁସଫୁସରେ ଦେଇ ହାଡ଼ରେ ବାଜିଥିଲା। ଫଳରେ ଅଧିକ ରକ୍ତ ସ୍ରାବ ହୋଇ ବ୍ରେନ୍ ଷ୍ଟ୍ରୋକ ଯୋଗୁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ପରିସ୍ଥିତି ଏତେ ଜଟିଳ ଥିଲା ଯେ, ଶରୀରରୁ ଗୁଳି ବାହାର କରିବାକୁ ପାଖାପାଖି ଅଢେଇ ଘଣ୍ଟା ସମୟ ଲାଗିଥିଲା ବୋଲି କହିଛନ୍ତି ପୋଷ୍ଟ ମୋର୍ଟମ ବିଭାଗୀୟ ମୁଖ୍ୟ ଡାକ୍ତର।

ତେବେ ତଦନ୍ତ - ଆନ୍ଦୋଳନ ଭିତରେ ହତ୍ୟାକାରୀକୁ ପୋଲିସ କେବେ ଧରୁଛି ଏବଂ ଏହା ପଛର କାରଣ କଣ ହୋଇଥାଇପାରେ ? ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ପୋଲିସର ଫକ୍ସନ ଉପରେ ରହିଛି ସମସ୍ତଙ୍କ ନଜର।