ନୂଆଦିଲ୍ଲୀ ୨୩।୦୯; ବଲିଉଡର ପପୁଲାର କପଲ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଳଖୁବ୍ ଶୀଘ୍ର ଦୁହେଁ ପିତାମାତା ହେବାକୁ ଯାଉଛନ୍ତି। ବର୍ଷ ବର୍ଷ ଧରି ଚର୍ଚ୍ଚା ପରେ, ଏହି ଦମ୍ପତି ଶେଷରେ ଏକ ଗୁଡନ୍ୟୁଜ୍‌ କନଫର୍ମ କରିଛନ୍ତି। ଆଲିଆ, ଦୀପିକା ଏବଂ କିଆରାଙ୍କ ପରେ, କ୍ୟାଟ୍ରିନା କୈଫ୍ ମଧ୍ୟ ମାଆ ହେବାକୁ ଯାଉଛନ୍ତି। ଭିକି କୌଶଳ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ବେବି ବମ୍ପକୁ ଫ୍ଲାଣ୍ଟ କରୁଥିବାର ନଜର ଆସିଥିଲେ

ଭିକି କୌଶଳ ଏବଂ କ୍ୟାଟ୍ରିନା କୈଫ୍ ସୁନ୍ଦର ଢଙ୍ଗରେ ଖୁସି ଖବର ସେୟାର କରିଛନ୍ତି। ଭିକି କୌଶଳ ଏବଂ କ୍ୟାଟ୍ରିନା କୈଫ୍ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। କ୍ୟାଟ୍ରିନା ଏକ ଧଳା ଗାଉନରେ ତାଙ୍କ ବେବି ବମ୍ପକୁ ଧରିଛନ୍ତି। ଭିକି କୌଶଳ ସାମ୍ନାରେ  ଠିଆ ହୋଇଛନ୍ତି। ସେ ଏହାର କ୍ୟାପସନ ଦେଇଛନ୍ତି: "ଆମ ଜୀବନର ସର୍ବୋତ୍ତମ ଅଧ୍ୟାୟ ଖୁସିରେ ଆରମ୍ଭ କରୁଛୁ... ପ୍ରଶଂସକମାନଙ୍କ ସହ ସେଲିବ୍ରେଟି ମଧ୍ୟ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଅଭିନେତା ବରୁଣ ଧାୱନ ପ୍ରଥମେ ମନ୍ତବ୍ୟ ଦେଇଥିଲେ, "ମୋ ହୃଦୟ ପୂର୍ଣ୍ଣ"

କହିବାକୁ ଗଲେ କ୍ୟାଟ୍ରିନା ବହୁତ ଦିନ ଧରି ଲାଇମଲାଇଟ୍‌ରୁ ଦୂରରେ ଅଛନ୍ତି। ଭିକି କୌଶଳ ମଧ୍ୟ ଆର୍ଯ୍ୟାନଙ୍କ ଧାରାବାହିକ "ବ୍ୟାଡ୍ସ ଅଫ୍ ବଲିଉଡ୍"ର ପ୍ରିମିୟରରେ ଏକା ଯୋଗ ଦେଇଥିଲେ। ଏହା ପରେ ସ୍ପଷ୍ଟ ହୋଇଗଲା ଯେ ଅଭିନେତ୍ରୀ ଗର୍ଭବତୀ ଅଛନ୍ତି। କିଛି ଦିନ ତଳେ ତାଙ୍କ ବେବି ବମ୍ପର ଫଟୋ ଭାଇରାଲ ହୋଇଥିଲା । କିନ୍ତୁ ବର୍ତ୍ତମାନ ତାଙ୍କର ଫଟୋ ଦେଖିବା ପରେ, ପ୍ରଶଂସକମାନେ ବହୁତ ଖୁସି।