ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରୁ ଫେରିବା ପରଠାରୁ, ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଏକ ନୂଆ ଦିଗରେ ଆଗକୁ ବଡ଼ୁଛି। ଜାପାନ ଭାରତରେ ବିଲିଅନ ଡଲାର ନିବେଶ କରିବାକୁ ଘୋଷଣା କିଥିବା ବେଳେ ମଙ୍ଗଳବାର ଜାପାନର ଦ୍ୱିତୀୟ ସର୍ବବୃହତ ଜାହାଜ କମ୍ପାନୀ ମିତ୍ସୁଇ OSK(Mitsui OSK) ଲାଇନ୍ସ ଭାରତରେ ଟ୍ୟାଙ୍କର୍ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିଛି।
ବର୍ତ୍ତମାନ, ଭାରତ ଯେଉଁଭଳି ଭାବରେ ଅଶୋଧିତ ତେଲ ଆମଦାନୀ କରୁଛି ଏବଂ ବିଶୋଧିତ ତୈଳ ଉତ୍ପାଦ ରପ୍ତାନି କରୁଛି, ସେଥିପାଇଁ ବହୁତ ଜାହାଜର ଆବଶ୍ୟକତା ରହିଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଭାରତର ରପ୍ତାନିରେ ମଧ୍ୟ ବୃଦ୍ଧି ଘଟିଛି। ଯାହା ଯୋଗୁଁ ଭାରତ ବିଦେଶୀ ଜାହାଜ ଉପରେ ନିର୍ଭରଶୀଳ ହେଉଛିଏଥିପାଇଁ ଖର୍ଚ୍ଚ ବଢ଼ୁଛି। ଏହି ଖର୍ଚ୍ଚକୁ ହ୍ରାସ କରିବା ପାଇଁ, ଭାରତ ଜାହାଜ ଟ୍ୟାଙ୍କର ନିର୍ମାଣ ପ୍ରତି ଇଚ୍ଛା ପ୍ରକାଶ କରିଛି। ଏହି ସମୟରେ ଜାପାନର ମିତ୍ସୁଇ ଭାରତ ସହ ମିଶି କଣ୍ଟେନର ତିଆରି କରିବାକୁ ନିଷ୍ପତ୍ତି ନେଇଛି।

କମ୍ପାନୀର ସିଇଓ ଟାକେଶି ହାସିମୋତୋ କହିଛନ୍ତି ଯେ ଯଦି ଭାରତର କୌଣସି କମ୍ପାନୀ ସେମାନଙ୍କ ସହିତ ସହଭାଗୀ ହୁଏ, ତେବେ ଏହା ଭାରତରେ ସ୍ଥାନୀୟ ଉତ୍ପାଦନକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ପ୍ରକୃତରେ, ଭାରତ ଜାହାଜ ନିର୍ମାଣ, ବନ୍ଦର ଏବଂ ଜାହାଜ କାରଖାନା ସମେତ ଏହି କ୍ଷେତ୍ରରେ ବିଦେଶୀ ଅଂଶଗ୍ରହଣକୁ ଅନୁମତି ଦେବା ପାଇଁ ଏହାର ସାମୁଦ୍ରିକ ଆଇନକୁ ଆଧୁନିକୀକରଣ କରୁଛି, ଯାହା ଦ୍ଵାରା ୨୦୪୭ ସୁଦ୍ଧା ବିଦେଶୀ କମ୍ପାନୀଗୁଡ଼ିକ ଅତି କମରେ ଏକ ତୃତୀୟାଂଶ ମାଲ ପରିବହନ ହ୍ରାସ କରିପାରିବେ। ମଙ୍ଗଳବାର ଦିନ ସିଙ୍ଗାପୁରରେ APPEC ସମ୍ମିଳନୀରେ ହାସିମୋଟୋ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଭାରତ ସରକାର ଭାରତରେ ନୂଆ ଜାହାଜ ନିର୍ମାଣ ହେବାକୁ ଦେଖିବାକୁ ଚାହାଁନ୍ତି। ଯଦି ସମ୍ଭବ ହୁଏ, ତେବେ ଆମେ ଏହି ପ୍ରକଳ୍ପରେ ସାମିଲ ହେବାକୁ ଚାହୁଁଛୁ।

ଭାରତର ଜାହାଜ ପରିବହନ ଏନର୍ଜି ଇମ୍ପୋର୍ଟ ଏବଂ ବିଶୋଧିତ ତୈଳ ଉତ୍ପାଦର ରପ୍ତାନିରେ ହୋଇଥିବା ବାଣିଜ୍ୟର ଅଭିବୃଦ୍ଧି ସହିତ ତାଳ ଦେଇ ପାରିନାହିଁ। ତେଣୁ ଭାରତ ମଧ୍ୟ ଜାହାଜ କଣ୍ଟନେର ନିର୍ମାଣ ନେଇ ଚିନ୍ତା ପ୍ରକଟ କରୁଛି। ଏନେଇ ହାସିମୋଟା କହିଛନ୍ତି "ଆମକୁ ନିଶ୍ଚିତ ଭାବରେ ସ୍ଥାନୀୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ କାମ କରିବାକୁ ପଡିବ ଏବଂ ଭାରତୀୟ ଜାହାଜ କାରଖାନା ସହିତ ଦୃଢ଼ ସହଯୋଗ ଗଠନ କରିବାକୁ ପଡିବ।" ସରକାର ଫେବୃଆରୀରେ ତାଙ୍କ ବଜେଟରେ କହିଥିଲେ ଯେ ଦେଶର ଜାହାଜ ନିର୍ମାଣ ଏବଂ ମରାମତି ଶିଳ୍ପକୁ ଦୀର୍ଘକାଳୀନ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଭାରତ ୨୫୦ ବିଲିୟନ ଟଙ୍କା ($2.84 ବିଲିୟନ) ର ସାମୁଦ୍ରିକ ବିକାଶ ପାଣ୍ଠି ସ୍ଥାପନ କରିବ। ଭାରତକୁ ଏକ ବିଶ୍ୱସ୍ତରୀୟ ନିର୍ମାଣକାରୀ ରାଷ୍ଟ୍ର କରିବା ପାଇଁ ବହୁ ବିଲିୟନ ଡଲାର ପ୍ରୟାସର ଅଂଶ ଭାବରେ ସରକାର ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବାକୁ ବିଚାର କରୁଛନ୍ତି।