LIVE TV

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟି-୨୦ ଦଳ ଘୋଷଣା, ସୂର୍ଯ୍ୟକୁମାରଙ୍କୁ ଅଧିନାୟକ ଦାୟିତ୍ୱ

NEWS7
team

ମୁମ୍ବାଇ ୦୪।୧୦ : ଅକ୍ଟୋବର-ନଭେମ୍ବରରେ ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ । ଏହି ଗସ୍ତରେ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ ଭାରତୀୟ ଟିମ୍‌ । ତେବେ ଏହି ଗସ୍ତ ପାଇଁ ଆଜି ଦଳ ଘୋଷଣା ହୋଇଛି । ପ୍ରଥମେ ଦିନିକିଆ ସିରିଜ୍‌ ପାଇଁ ଦଳ ଘୋଷଣା ହୋଇଥିବା ବେଳେ ପରେ ଟି-୨୦ ସିରିଜ୍‌ ପାଇଁ ଦଳ ୧୬ ଜଣିଆ ଦଳ ଘୋଷଣା ହୋଇଛି ।

ତେବେ ଘୋଷଣା ହୋଇଥିବା ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ଶୁଭମନ ଗିଲ୍‌ଙ୍କୁ ଉପ-ଅଧିନାୟକ ଦାୟିତ୍ୱ । ସେହିପରି ଦଳରେ ଅଭିଷେକ ଶର୍ମା, ତିଲକ ବର୍ମା, ନୀତିଶ କୁମାର ରେଡ୍ଡୀ, ଶିଭମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ଓ୍ୱିକେଟ୍‌ କିପର), ବରୁଣ ଚକ୍ରବର୍ତ୍ତୀ, ଜଶପ୍ରୀତ ବୁମ୍‌ରାହ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣ, ସଞ୍ଜୁ ସାମସନ ( ଓ୍ୱିକେଟ୍‌ କିପର ), ରିଙ୍କୁ ସିଂହ, ଓ୍ୱାସିଂଟନ ସୁନ୍ଦରଙ୍କୁ ଚୟନ କରାଯାଇଛି ।    

ସେହିପରି ଦିନିକିଆ ଦଳ ମଧ୍ୟ ଘୋଷଣା ହୋଇଛି । ଯେଉଁଥିରେ ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟ କିପର), ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ଧ୍ରୁବ ଜୁରେଲ (ୱିକେଟ କିପର), ଯଶସ୍ୱୀ ଜୟସ୍ୱାଲଙ୍କ ଚୟନ କରାଯାଇଛି

​​​​​​​ଦିନିକିଆ ସିରିଜ୍‌

 ମ୍ୟାଚ୍‌ ସ୍ଥାନ ତାରିଖ  ଦିନ
ପ୍ରଥମ ଦିନିକିଆ ପର୍ଥ ଅକ୍ଟୋବର ୧୯ ରବିବାର
ଦ୍ୱିତୀୟ ଦିନିକିଆ ଆଡିଲେଡ୍ ଅକ୍ଟୋବର ୨୩ ଗୁରୁବାର
ତୃତୀୟ ଦିନିକିଆ ସିଡ୍‌ନୀ ଅକ୍ଟୋବର ୨୫ ଶନିବାର 

ଟି-୨୦ ସିରିଜ୍‌

ପ୍ରଥମ ଟି-୨୦ କନ୍‌ବେରା ଅକ୍ଟୋବର ୨୯ ବୁଧବାର
ଦ୍ୱିତୀୟ ଟି-୨୦ ମେଲବର୍ଣ୍ଣ ଅକ୍ଟୋବର ୩୧ ଶୁକ୍ରବାର
ତୃତୀୟ ଟି-୨୦ ହୋବାର୍ଟ ନଭେମ୍ବର ୨ ରବିବାର
ଚତୁର୍ଥ ଟି-୨୦ ଗୋଲ୍ଡ କୋଷ୍ଟ ନଭେମ୍ବର ୬ ଗୁରୁବାର
ପଞ୍ଚମ ଟି-୨୦ ବ୍ରିସ୍‌ବେନ୍‌ ନଭେମ୍ବର ୮ ଶନିବାର