LIVE TV

ଟ୍ରମ୍ପଙ୍କ ଟାରିଫ ପରେ ଋଷ ଠାରୁ ତୈଳ ଆମଦାନୀ କମାଇଲେ ସରକାରୀ କମ୍ପାନୀ

NEWS7
India reduces Russian oil purchase september

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ୨୫% ଅତିରିକ୍ତ ଶୁଳ୍କ ପରେ, ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ରୁଷରୁ ଅଶୋଧିତ ତୈଳ କିଣିବା କମାଇ ଦେଇଛନ୍ତି। ଡାଟା ରିସର୍ଚ୍ଚ ଏଜେନ୍ସି କେପ୍ଲର ଅନୁଯାୟୀ, ଭାରତ ପେଟ୍ରୋଲିୟମ୍ (BPCL) ଏବଂ ଇଣ୍ଡିଆନ୍ ଅଏଲ୍ (IOC) ଭଳି ରାଷ୍ଟ୍ରାୟତ୍ତ ତୈଳ ବିଶୋଧନକାରୀମାନେ ସେପ୍ଟେମ୍ବରରେ ପ୍ରତିଦିନ ହାରାହାରି ୬୦. ନିୟୁତ ବ୍ୟାରେଲ (bpd) ରୁଷୀୟ ତୈଳ ଆମଦାନୀ କରିଛନ୍ତି। ଅଗଷ୍ଟ ତୁଳନାରେ ୩୨% ଆମଦାନୀ ହ୍ରାସ ହୋଇଛି।  

ଏହି କମ୍ପାନୀଗୁଡ଼ିକ ଜୁନ୍ ତୁଳନାରେ ୪୫% ପର୍ଯ୍ୟନ୍ତ କମ୍ ତେଲ କିଣିଛନ୍ତି।  ତେଣ କିଣିଲାରେ ଏହି ହ୍ରାସ ଯୋଗୁଁ, ସେପ୍ଟେମ୍ବରରେ ରୁଷରୁ ମୋଟ ଅଶୋଧିତ ତୈଳ ଆମଦାନୀ ୬% କମିଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହି ହ୍ରାସ ଆମେରିକାର ଚାପର ମୁକାବିଲା କରିବା ଏବଂ ଯୋଗାଣକୁ ବିବିଧତା ଆଣିବା ପାଇଁ କରାଯାଇଛି।

ଗୋଟିଏ ପଟେ ସରକାରୀ କମ୍ପାନୀ ତେଲ କିଣିବା ହ୍ରାସ କରିଥିବା ବେଳେ ଅନ୍ୟପଟେ ଘରୋଇ କମ୍ପାନୀଗୁଡ଼ିକ ତେଲ କିଣିବା ବଢ଼ାଇ ଦେଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ନାୟାରା ଏନର୍ଜି ଭଳି ଘରୋଇ ରିଫାଇନର କମ୍ପାନୀଗୁଡ଼ିକ କମ ଦାମ ଯୋଗୁ ଋଷରୁ ତୈଳ ଆମଦାନୀ ଆଖିଦୃଶିଆ ଭାବେ ବୃଦ୍ଧି କରିଛନ୍ତି।

ସେପ୍ଟେମ୍ବରରେ ଘରୋଇ ରିଫାଇନରମାନଙ୍କ ଦ୍ୱାରା ଆମଦାନୀ ଦିନକୁ ୯. ନିୟୁତ ବ୍ୟାରେଲ (bpd) ବୃଦ୍ଧି ପାଇଛି। ଯାହା ଏପ୍ରିଲରୁ ଅଗଷ୍ଟ ପର୍ଯ୍ୟନ୍ତ ହାରାହାରି ୪% ଏବଂ ଅଗଷ୍ଟ ପର୍ଯ୍ୟନ୍ତ ୮% ବୃଦ୍ଧି ପାଇଛି। ତେଣୁ ଏହି ସଂଖ୍ୟାରୁ ଜଣାପଡ଼ୁଛି ଯେ ଘରୋଇ ରିଫାଇନାରୀ କମ୍ପାନୀଗୁଡ଼ିକ ସେମାନଙ୍କର ୬୦% ରୁଷରୁ ଅଧିକ ତୈଳ ଆମଦାନୀ ଋଷରୁ କରୁଛନ୍ତି।

ଶସ୍ତା ରୁଷୀୟ ତେଲ ଦ୍ୱାରା ହେଉଥିବା ଲାଭ ଯୋଗୁ କମ୍ପାନୀଗୁଡ଼ିକ ଅଧିକ ତେଲ ଆମଦାନୀ କରୁଛନ୍ତି। ଘରୋଇ କମ୍ପାନୀଗୁଡ଼ିକ ଅଶୋଧିତ ତେଲରୁ ପେଟ୍ରୋଲିୟମ ଉତ୍ପାଦ ପ୍ରସ୍ତୁତ କରି ଅନ୍ୟ ଦେଶକୁ ରପ୍ତାନି କରି ଲାଭ ଅର୍ଜନ କରୁଛନ୍ତି। ଅନ୍ୟପଟେ ସରକାରୀ କମ୍ପାନୀଗୁଡ଼ିକ ମୁଖ୍ୟତଃ ଘରୋଇ ଉଦ୍ଦେଶ୍ୟରେ ରୁଷୀୟ ତେଲ ବ୍ୟବହାର କରନ୍ତି।

ତେବେ ମିଡିଆ ରିପୋର୍ଟ ଅନୁସାରେ, ଋଷ ଠାରୁ ଶସ୍ତାରେ ତେଲ କିଣି କମ୍ପାନୀଗୁଡ଼ିକ ଲିଟର ପ୍ରତି ୮-୧୦ ଟଙ୍କା ଲାଭ କରୁଥିଲେ ବି ଏହାର ଫାଇଦା କିନ୍ତୁ ଜନତାଙ୍କୁ ମିଳିପାରୁ ନାହିଁ। କମ୍ପାନୀ ଦାମ କମ୍ କରିବା ପରିବର୍ତ୍ତେ ନିଜ ଦେଶର ଲୋକଙ୍କ ଠାରୁ ଚଢ଼ା ଦର ଆଦାୟ କରୁଛନ୍ତି।  ସେପଟେ କେନ୍ଦ୍ର ସରକାର ଦାମ କମ୍ କରିବାକୁ କମ୍ପାନୀ ଉପରେ ଚାପ ସୃଷ୍ଟି କରିବା ପରିବର୍ତ୍ତେ ଆମଦାନୀ ଉପରେ ଶୁଲ୍କ ବଢ଼ାଇ କମ୍ପାନୀ ଠାରୁ ନିଜ ଲାଭ କାଢ଼ି ନେଉଛନ୍ତି। ଫଳରେ ଜନତା ପକେଟ୍ ଯେଉଁ ଖାଲି କି ସେଇ ଖାଲି ରହିଯାଉଛି।