LIVE TV

ଭାରତ- ଆମେରିକା ମଧ୍ୟରେ ଖୁବଶୀଘ୍ର ହେବ ବାଣିଜ୍ୟ ନୀତି ଉପରେ ସହମତି, ନୀତି ଆୟୋଗ ସିଇଓ କହିଲେ କେମିତି ରହିଛି ବର୍ତ୍ତମାନ ସ୍ଥିତି

NEWS7
NITI Aayog CEO

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ବାଣିଜ୍ୟ ଚୁକ୍ତିକୁ ଅନ୍ତିମ ରୂପ ମିଳିବ। ସୋମବାର ଏହି ସୂଚନା ଦେଇଛନ୍ତି ନୀତି ଆୟୋଗ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବିଭିଆର ସୁବ୍ରମଣ୍ୟମ । ସେ କହିଛନ୍ତି ଦୁଇ ଦେଶ ପରସ୍ପରକୁ ଲାଭ ହେବା ଭଳି ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ପ୍ରତିବଦ୍ଧ। ସୁବ୍ରମଣ୍ୟମ କହିଛନ୍ତି ଭାରତକୁ ଟାରିଫ୍‌ ଏବଂ ଅଣଟାରିଫ୍‌ ବାଧାକୁ କମ୍ କରିବା ଦରକାର ଏବଂ ବିନିର୍ମାଣ ଏବଂ ପ୍ରତିଯୋଗିତାମୂଳକ ସ୍ତରରେ ସୁଧାର ପାଇଁ ନିଜ ନିଜ ବଜାର ଖୋଲିବା ଦରକାର।

ନୀତି ଆୟୋଗ ସିଇଓ ‘ଟ୍ରେଡ୍‌ ଓ୍ବାଚ୍ କ୍ବାଟର୍ଲି’ର ଶୁଭାରମ୍ଭ ଅବସରରେ ଏହା କହିଛନ୍ତି। ସେ କହିଛନ୍ତି, ଉଭୟ ପକ୍ଷ ଏବେ ବି ବାଣିଜ୍ୟ ବୁଝାମଣା ପାଇଁ ପ୍ରତିବଦ୍ଧ। ଗତ ମାସରେ କଥାବାର୍ତ୍ତା ହୋଇଥିଲା। ଏଥିପାଇଁ ମତେ ଲାଗୁଛି ଯେ, ଦୁଇ ପକ୍ଷ ବୁଝାମଣା ହେବା ନେଇ ଆଶା କରୁଛନ୍ତି।’’

ସୂଚନାଥାଉକି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟରେ ଭାରତୀୟ ଉତ୍ପାଦ ଉପରେ ଟାରିଫ୍‌କୁ ଦୁଇଗୁଣା କରି ୫୦ ପ୍ରତିଶତ କରିଥିଲେ। ଯାହାପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ତିକ୍ତତା ଆସିବା ଆରମ୍ଭ ହୋଇଥିଲା। ଭାରତ ଆମେରିକାର ଏହି କାର୍ଯ୍ୟାନୁଷ୍ଠାନକୁ ‘ଅନୁଚିତ ଏବଂ ଅଯୌକ୍ତିକ’ କହିଥିଲା।

ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ଟାରିଫ୍‌ ପ୍ରଭାବକୁ ନେଇ ସୁବ୍ରମଣ୍ୟମ କହିଛନ୍ତି, ‘ବାଣିଜ୍ୟ ଚ୍ୟାନେଲ ତିଆରି କରିବା କଠିନ ଏବଂ ବାଣିଜ୍ୟ ଚ୍ୟାନେଲକୁ ସମାପ୍ତ କରିବା ମଧ୍ୟ କଠିବ। କ୍ରିଷ୍ଟମାସ ପର୍ଯ୍ୟନ୍ତ କୌଣସି ପ୍ରଭାବ ପଡ଼ିବନି।’ ଅବଶ୍ୟ ନୀତି ଆୟୋଗ ସିଇଓ କହିଛନ୍ତି ଯଦି ଦୁଇ ଦେଶ ବାଣିଜ୍ୟ ଚୁକ୍ତି ଉପରେ ସହମତି ହେଉନାହାଁନ୍ତି ତେବେ​ ସମସ୍ୟା ବଢ଼ିପାରେ। ବର୍ତ୍ତମାନ କିଛି ଅସୁବିଧା ଉପୁଜିଛି। ୫୦ ପ୍ରତିଶତ ଟାରିଫ୍‌ ଏକ ବଡ଼ ଶୁଳ୍କ। ଏଥିରୁ ବର୍ତ୍ତିବାର କୌଣସି ରାସ୍ତା ନାହିଁ। ଲୋକେ ଆଶା କରୁଛନ୍ତି ଯେ, ଯଦି ନଭେମ୍ବର ସୁଦ୍ଧା ବାଣିଜ୍ୟ ଚୁକ୍ତି ହେଉଛି ତେବେ ବିଶେଷ କିଛି ଅସୁବିଧା ହେବ ନାହିଁ।’’

ଚଳିତ ବର୍ଷ ଫେବ୍ରୁଆରୀରେ ଦୁଇ ଦେଶର ନେତାଙ୍କ ଅଧିକାରୀକୁ ପ୍ରସ୍ତାବିତ ଦ୍ବିପାକ୍ଷିକ ବାଣିଜ୍ୟ ବୁଝାମଣା (BTA) ଉପରେ କଥାବାର୍ତ୍ତା କରିବାକୁ ନିର୍ଦ୍ଦେଶ ଦେଇଥିଲା। ବୁଝାମଣାର ପ୍ରଥମ ପର୍ଯ୍ୟାୟ ୨୦୨୪ ଅକ୍ଟୋବର- ନଭେମ୍ବର ପର୍ଯ୍ୟନ୍ତ ପୂରା କରିବାକୁ ଯୋଜନା କରିଥିଲେ। ଏପର୍ଯ୍ୟନ୍ତ ୫ମ ରାଉଣ୍ଡ ଆଲୋଚନା ହୋଇସାରିଛି।ଏହି ବୁଝାମଣାର ଉଦ୍ଦେଶ୍ୟ ଦ୍ବିପାକ୍ଷିକ ବାଣିଜ୍ୟକୁ ବର୍ତ୍ତମାନ ୧୯୧ ବିଲିୟନ ଡଲାରରୁ ଦୁଇଗୁଣାରୁ ବି ଅଧିକ ବଢ଼ାଇ ୨୦୩୦ ସୁଦ୍ଧା ୫୦୦ ବିଲିୟନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି।