LIVE TV

ସେପ୍ଟେମ୍ବର ୨୯ ତାରିଖ, ସୋମବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର

NEWS7
Horoscope

ମେଷ- ଦିନଟି ଆପଣଙ୍କ ପାଇଁ ଶୁଭ ଏବଂ ଉତ୍ସାହପୂର୍ଣ୍ଣ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପଦୋନ୍ନତି ହେବାର ସମ୍ଭାବନା ଅଛି। ଧନ ସମ୍ବନ୍ଧିତ କାର୍ଯ୍ୟରେ ଆଶାଠାରୁ ଅଧିକ ଲାଭ ମିଳିପାରେ। ପରିବାର ସଦସ୍ୟଙ୍କ ସହିତ ସମ୍ପର୍କ ମଧୁର ରହିବ ଏବଂ ପାରିବାରିକ ସୁଖ ପ୍ରାପ୍ତ ହେବ। ବିବାହ ପାଇଁ ପ୍ରସ୍ତାବ ଆସିପାରେ।

ବୃଷ- କିଛି କାର୍ଯ୍ୟରେ ବିଳମ୍ବ କିମ୍ବା ବାଧା ସୃଷ୍ଟି ହୋଇପାରେ, ତେଣୁ ଧୈର୍ଯ୍ୟ ରଖିବା ଜରୁରୀ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ବିଶେଷ ଶୁଭ ନୁହେଁ। ଚିନ୍ତାଧାରା ଓ କାର୍ଯ୍ୟକୁ ସମାଲୋଚନାର ସାମ୍ନା କରିବାକୁ ପଡିପାରେ। ଘରେ କୌଣସି ଅତିଥିଙ୍କ ଆଗମନ ଯୋଗୁଁ ଖର୍ଚ୍ଚ ବଢ଼ିପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ମିଥୁ- ମାନସିକ ଶାନ୍ତି ଅନୁଭବ କରିବେ। ଆପଣଙ୍କର ବୁଦ୍ଧି ଓ କୌଶଳ ବଳରେ ସବୁ ସମସ୍ୟାର ସମାଧାନ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ଧନଲାଭର ଯୋଗ ରହିଛି। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ ଏବଂ ଶୁଭ ଫଳ ମିଳିବ। ବନ୍ଧୁମାନଙ୍କ ସହଯୋଗ ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।

କର୍କଟ- ସୃଜନଶୀଳ କାର୍ଯ୍ୟରେ ଆପଣ ବିଶେଷ ସଫଳତା ପାଇବେ। ଚାକିରି କ୍ଷେତ୍ରରେ ସନ୍ତୋଷଜନକ ଉନ୍ନତି ହେବାର ସମ୍ଭାବନା ଅଛି। ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ଯାହାକି ସବୁ କାର୍ଯ୍ୟରେ ସାହାଯ୍ୟ କରିବ। ପାରିବାରିକ ଏବଂ ସାମାଜିକ ଜୀବନରେ ଆନନ୍ଦ ଓ ଖୁସିର ମାହୋଲ ରହିବ। ପ୍ରେମ ଜୀବନରେ ଘନିଷ୍ଠତା ବୃଦ୍ଧି ପାଇବ।

ସିଂହ- କର୍ମକ୍ଷେତ୍ରରେ ଆପଣ ବିଶେଷ ସଫଳତା ହାସଲ କରିପାରନ୍ତି ଏବଂ ପଦୋନ୍ନତି ମିଳିବାର ସୁଯୋଗ ରହିଛି। ଭାଗ୍ୟ ଆପଣଙ୍କ ସପକ୍ଷରେ ଥିବାରୁ କ୍ୟାରିୟରରେ ଆଗକୁ ବଢ଼ିବେ। ଆର୍ଥିକ କାରବାର ସମୟରେ ତରବର ହୁଅନ୍ତୁ ନାହିଁ, ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଆପଣଙ୍କର ଆତ୍ମବିଶ୍ୱାସ ଦୃଢ଼ ହେବ।

କନ୍ୟା- ଆର୍ଥିକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଚାକିରି ଏବଂ ବ୍ୟବସାୟରେ ଉନ୍ନତିର ସୁଯୋଗ ମିଳିବ। କଠିନ ପରିଶ୍ରମର ଫଳ ପ୍ରାପ୍ତ ହେବ ଏବଂ ଶୁଭ ଫଳାଫଳ ପାଇବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବାର ସମ୍ଭାବନା ଅଛି। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ।

ତୁଳା- ଦିନଟି ଅତ୍ୟନ୍ତ ଅନୁକୂଳ ରହିବ ଏବଂ ନିଜର ଚତୁରତା ଦ୍ୱାରା ସବୁ କାର୍ଯ୍ୟରେ ସଫଳ ହେବ। ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ଲାଭଦାୟକ ଫଳାଫଳ ମିଳିବାର ଯୋଗ ଅଛି। ପୁରୁଣା ସମ୍ପର୍କକୁ ନେଇ କିଛି ମାନସିକ ଚାପ ସୃଷ୍ଟି ହୋଇପାରେ, ତେଣୁ ସାବଧାନ ରୁହନ୍ତୁ। ପିଲାମାନଙ୍କଠାରୁ ଶୁଭ ଖବର ମିଳିବାର ସମ୍ଭାବନା ଅଛି।

ବିଛା- ଦିନରେ ମିଶ୍ରିତ ଫଳାଫଳ ମିଳିବ।କାର୍ଯ୍ୟସ୍ଥଳରେ ସହକର୍ମୀ ଏବଂ ବନ୍ଧୁମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରଖନ୍ତୁ। ଅତୀତର ପରିଶ୍ରମର ଫଳ ବର୍ତ୍ତମାନ ଆପଣଙ୍କୁ ଲାଭ ଦେବ। ସାଙ୍ଗମାନେ ଆପଣଙ୍କୁ ପ୍ରଶଂସା କରିବେ।

ଧନୁ- ପରିବାର ଏବଂ ସାଙ୍ଗମାନଙ୍କ ସହିତ ଖୁସି ଏବଂ ଆନନ୍ଦର ମୁହୂର୍ତ୍ତ କାଟିବେ। କୌଣସି ପୁରୁଣା ସାଙ୍ଗକୁ ଭେଟି ଆନନ୍ଦ ଅନୁଭବ କରିବେ। ଗ୍ରହ ନକ୍ଷତ୍ରର ଚଳନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ନିଜର ଭାବନାକୁ ନିୟନ୍ତ୍ରଣ କରିବା ଆବଶ୍ୟକ।

ମକର- ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ। ଶାରୀରିକ ରୋଗରୁ ମୁକ୍ତି ମିଳିବାର ସମ୍ଭାବନା ଅଛି ଏବଂ ଆପଣ ଶୀଘ୍ର ସୁସ୍ଥ ହେବେ। ଚାକିରିରେ ଥିବା ବ୍ୟକ୍ତିମାନେ ନିଜର କର୍ତ୍ତବ୍ୟକୁ ସଫଳତାର ସହ ସମ୍ପାଦନ କରିବେ। ପରିବାରର ସମସ୍ତ ସଦସ୍ୟଙ୍କ ସହ ମତଭେଦରୁ ଦୂରେଇ ରୁହନ୍ତୁ। ଧନର ବିନିଯୋଗ ପାଇଁ ଭଲ ସୁଯୋଗ ମିଳିପାରେ।

କୁମ୍ଭ- ବଡ଼ ଲାଭ ମିଳିବାର ସମ୍ଭାବନା ଅଛି। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ କିଛି ଚିନ୍ତା ବଢ଼ିପାରେ। ଅନ୍ୟମାନଙ୍କ ସହିତ ଆପଣଙ୍କର ସମ୍ପର୍କ ଦୃଢ଼ ହେବ। ବାଣିଜ୍ୟରେ ନୂତନ ସୁଯୋଗ ମିଳିପାରେ, ଯାହା ଭବିଷ୍ୟତରେ ଲାଭଦାୟକ ହେବ। ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ।

ମୀନ- ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶୁଭ ଦିନ। ମନରେ ଆଧ୍ୟାତ୍ମିକ ଚିନ୍ତାଧାରା ବୃଦ୍ଧି ପାଇବ। ଆପଣଙ୍କ ବ୍ୟକ୍ତିଗତ ସମ୍ପର୍କ ସୁଦୃଢ଼ ହେବ ଏବଂ ଭଲ ଲାଭ ମିଳିବ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ, ଅବହେଳା କରନ୍ତୁ ନାହିଁ। ବେକାରୀ ଯୁବକ/ଯୁବତୀମାନେ ରୋଜଗାରର ସୁଯୋଗ ପାଇବେ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682