LIVE TV

ରେକର୍ଡ ଭାଙ୍ଗିଲା ସୁନା, ଭରି ୧ ଲକ୍ଷ ୨୬ ହଜାର ଟଙ୍କା, ରୁପା ୨ ଲକ୍ଷ ଛୁଇଁବ

NEWS7
Gold breaks record 10 gram price cross Rs 1.26 lakh rupees

ନୂଆଦିଲ୍ଲୀ: ପୁଷ୍ୟ ନକ୍ଷତ୍ର ଅବସରରେ ଆଜି (ଅକ୍ଟୋବର ୧୪) ପ୍ରଥମ ଥର ପାଇଁ ସୁନାର ମୂଲ୍ୟ ୧ ଲକ୍ଷ ୨୫ ହଜାର ପାର କରିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୧,୯୯୭ ବୃଦ୍ଧି ପାଇ ୧,୨୬,୧୫୨ ଟଙ୍କାରେ ପହଞ୍ଚିଛି। ପୂର୍ବରୁ, ସୋମବାର ଏହା ୧,୨୪,୧୫୫ ଟଙ୍କା ଥିଲା।

ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟରେ ଆଜି ୧୦ ଗ୍ରାମ ପ୍ରତି ୨୭୦୦ ଟଙ୍କା ବୃଦ୍ଧି ହୋଇଛି। ଫଳରେ ଭୁବନେଶ୍ୱରରେ ଭରି ମୂଲ୍ୟ ୧ ଲକ୍ଷ ୧୭ ହଜାର ୬୫୦ ଟଙ୍କା ହୋଇଛି।

ସେହିପରି ରୂପାର ମୂଲ୍ୟ ୨,୭୭୫ ଟଙ୍କା ବୃଦ୍ଧି ପାଇ ସର୍ବକାଳୀନ ସର୍ବାଧିକ ୧,୭୮,୧୦୦ ପ୍ରତି କିଲୋଗ୍ରାମରେ ପହଞ୍ଚିଛି। ସୋମବାର ଏହା ୧,୭୫,୩୨୫ ଟଙ୍କା ଥିଲା। ବିଶେଷଜ୍ଞଙ୍କ ମତରେ, ପର୍ବପର୍ବାଣୀ ସମୟରେ ଲୋକଙ୍କ କିଣାକିଣି, ଶିଳ୍ପ ଚାହିଦା ଏବଂ କମ୍ ବିଶ୍ୱ ଯୋଗାଣ ଏବଂ ବର୍ଦ୍ଧିତ ଚାହିଦା ଯୋଗୁ ରୂପାର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି।

ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ୪୯,୯୯୦ ଏବଂ ରୂପା ୯୨,୦୮୩ ମହଙ୍ଗା ହୋଇ ସାରିଲାଣି। ୨୦୨୪ରେ ଡିସେମ୍ବର ୩୧ ତାରିଖରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୭୬,୧୬୨ ଥିଲା। ଯାହା ଏବେ ୧,୨୬,୧୫୨ ଟଙ୍କା ହୋଇଯାଇଛି। ସୁନା ତୁଳନାରେ  ରୂପାର ମୂଲ୍ୟ ଅହେତୁକ ଭାବେ  ବୃଦ୍ଧି ଦେଖିବାକୁ ମିଳିଛି। ରୁପା ବର୍ତ୍ତମାନ ସୁଦ୍ଧା ୯୨,୦୮୩ ଟଙ୍କା ବୃଦ୍ଧି ପାଇଛି। ୩୧ ଡିସେମ୍ବର ୨୦୨୪ରେ ରୁପା କେଜି ୮୬,୦୧୭ ଟଙ୍କା ଥିଲା। ଆଜି ୧୪ ଅକ୍ଟୋବର ୨୦୨୫ ସୁଦ୍ଧା ରୁପା କେଜି ୧,୭୮,୧୦୦ ଟଙ୍କାରେ ପହଞ୍ଚିଛି।