LIVE TV

ଏକତା ଦିବସରେ ଜର୍ମାନ ଚାନ୍ସଲରଙ୍କ ଆହ୍ୱାନ , ଫ୍ରେଡରିକ୍ ମର୍ଜ କହିଲେ – ଗଣତନ୍ତ୍ର ବିପଦରେ

NEWS7
German Chancellor Friedrich Merz

ନୂଆଦିଲ୍ଲୀ - ଜର୍ମାନ ଏକତା ଦିବସ ପାଳନ ଅବସରରେ, ଐତିହାସିକ ଜର୍ମାନୀ ଏକତ୍ରିକରଣର ୩୫ ବର୍ଷ ଉପରେ ଆଲୋକପାତ କରି ବକ୍ତାମାନେ ​​​​​​​ଗଣତନ୍ତ୍ର ଉପରେ ଆକ୍ରମଣ ହେଉଥିବା କହିଛନ୍ତି। ଜର୍ମାନ ଚାନ୍ସେଲର ଫ୍ରେଡରିକ୍ ମର୍ଜ କହିଛନ୍ତି ଯେ , ଆମ ବିରୁଦ୍ଧରେ ସ୍ୱେଚ୍ଛାଚାରୀର ନୂଆ ଗଠବନ୍ଧନ ତିଆରି ହେଉଛି ଏବଂ ଆମର ଉଦାରବାଦୀ ଜୀବନଶୈଳୀ ଉପରେ ବାହାରୁ ଏବଂ ଭିତରୁ ଉଭୟ ପଟୁ ଆକ୍ରମଣ ହେଉଛି।

ମର୍ଜ କହିଛନ୍ତି ଯେ, ୟୁରୋପୀୟ ଦେଶଗୁଡ଼ିକୁ ନିଜର ବିରୋଧୀମାନଙ୍କୁ ଆହୁରି ଅଧିକ ଆକ୍ରମଣରୁ ରୋକି ନିଜର ରକ୍ଷା କରିବା ପୁନଃ ଶିକ୍ଷା କରିବାକୁ ପଡିବ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ ମଧ୍ୟ ଏହି ଭାବନାକୁ ଦୋହରାଇ ୟୁରୋପୀୟ ଲୋକଙ୍କୁ ୨୧ତମ ଶତାବ୍ଦୀର ଗଣତନ୍ତ୍ରର ପୁନଃନିର୍ମାଣ ପାଇଁ ପୁନରୁତ୍ଥାନ କରିବାକୁ ଆହ୍ୱାନ କରିଛନ୍ତି। ମାକ୍ରୋନ କହିଛନ୍ତି , ଯଦି ଏମିତି ନହୁଏ ତ ୟୁରୋପ ମଧ୍ୟ ଅନ୍ୟ କିଛି ମହାଦେଶ ପରି, ଷଡ଼ଯନ୍ତ୍ର ତତ୍ତ୍ୱବାଦୀ, ଚରମପନ୍ଥୀ, କ୍ରୋଧର ଏକ ମହାଦେଶ ହୋଇଯିବ।

ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ-ୱାଲଟର ଷ୍ଟାଇନମେୟର ଏହି କଥା ଉପରେ ଚିନ୍ତା ବ୍ୟକ୍ତି କରିଛନ୍ତି ଯେ, ରାଜନୈତିକ କେନ୍ଦ୍ରକୁ ସମର୍ଥନ ହ୍ରାସ ପାଇବାରେ ଲାଗିଛି, ବିଶେଷ ରୂପେ ଆମ ଦେଶର ପୂର୍ବ ଭାଗରେ, ଏବଂ ଏହା ଏପରି ଏକ ସମୟରେ ହେଉଛି ,ଯେତେବେଳେ ଆମର ଗଣତନ୍ତ୍ରକୁ କ୍ରମାଗତ ଭାବରେ ଚ୍ୟାଲେଞ୍ଜ କରାଯାଉଛି । ଷ୍ଟାଇନମିୟର କହିଛନ୍ତି , ଯେଉଁ ରାଜନୈତିକ ଶକ୍ତି ଗୁଡ଼ିକ ଗଣତନ୍ତ୍ରର ତିରସ୍କାର କରନ୍ତି , ଏହାର ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରିବାକୁ ଚାହୁଁଥିବା ଏବଂ ରାଜନୈତିକ ବିତର୍କକୁ ଘୃଣାରେ ବିଷାକ୍ତ କରୁଥିବା ରାଜନୈତିକ ଶକ୍ତିମାନେ ଅଧିକ ସଫଳତା ପାଉଛନ୍ତି। ସେମାନେ ପରୋକ୍ଷ ରୂପେ ଜର୍ମାନୀ ପାଇଁ ଦକ୍ଷିଣପନ୍ଥୀ ବିକଳ୍ପର ବୃଦ୍ଧି ପାଉଥିବା ଲୋକପ୍ରିୟତା ଉଦ୍ଧୃତ ଦେଇଛନ୍ତି। ଷ୍ଟାଇନମେୟର କହିଛନ୍ତି , ଆସନ୍ତୁ ଆମେ ଆମର ଗଣତନ୍ତ୍ରକୁ ଆହୁରି କ୍ଷତିଗ୍ରସ୍ତ ହେବାକୁ ଦେବା ନାହିଁ। ଆସନ୍ତୁ ଆମେ ଏହାର ବିରୋଧରେ ଠିଆ ହେବା।