ପୁରୁଷୋତ୍ତମପୁର ୧୦: ବିଗତ ଦିନ ଧରି ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇ ଅବପାତର ରୂପ ନେବ ଓ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ମାନେ  ମତ ଦେଉଥିଲେ ଯାହାର ପ୍ରଭାବରେ  ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଘୋଷଣା କରାଯାଇଥିବାରୁ ତାର ପ୍ରଭାବରେ ପ୍ରବଳ ବର୍ଷା ମଧ୍ୟ ଲାଗି ରହିଥିଲା ବର୍ଷା ଲାଗି ରହିଥିବାରୁ ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ଋଷିକୁଲ୍ୟା ନଦୀର ଜଳସ୍ତର କାଳେ ବୃଦ୍ଧି ଘଟି କିଛି କ୍ଷୟକ୍ଷତି  ଘଟିବ ସେଥିପାଇଁ ଆଗୁଆ ପୁରୁଷୋତ୍ତମପୁର ବ୍ଲକର ପାଣ୍ଡିଆ ଛକ ଓ ଅନ୍ତରୀ ଗାଁ ଠାରେ ଦୁଇ ବ୍ରିଜ୍ ଉପରେ ନଦୀର ଜଳସ୍ତର ସ୍ଥିତି ଅନୁଧ୍ୟାନ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସାନ ଇରିଗେସେନ ଏସି, ଜେଇ ଓ ପୂର୍ତ୍ତ ବିଭାଗ ଜେ ତେବେ ପାଣ୍ଡିଆ ଋଷିକୁଲ୍ୟା ବ୍ରିଜ୍ ଉପରେ ରହି ବନ୍ୟାଜଳ ସ୍ଥିତି ଅନୁଧ୍ୟାନ କରି ବନ୍ୟା ପାଇଁ ଲୋକେ ଭୟଭୀତ ହେବା ଦରକାର ନାହିଁ ଓ ବନ୍ୟାଜଳ ବିପଦ ସଂକେତ ଅତିକ୍ରାନ୍ତ କରିନଥିବାର ମଧ୍ୟ ଜିଲ୍ଲପାଳ ସୂଚନା ଦେଇଛନ୍ତି ଏହାସହ ନଦୀକୁଳିଆ ଲୋକମାନେ  ଟିକେ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ଏହାସହ ଜଣେ ବଡ଼ ଚାଷୀ ମଧ୍ୟ ମତ ଦେଇଛନ୍ତି ଯେ ବର୍ଷାରେ ପୁରୁଷୋତ୍ତମପୁର ଅଞ୍ଚଳର କିଛି କ୍ଷୟକ୍ଷତି ହୋଇନଥିବା କହିଛନ୍ତି