LIVE TV

ଆର୍ମି ଓ ପୋଲିସ ପୋଷାକ ବ୍ୟବହାର କରୁଥିଲା, କାର୍‌ରେ ଲଗାଇଥିଲା ପୋଲିସ ଲୋଗୋ ସହ ସାଇରନ୍

NEWS7
Bhadrak

ଭଦ୍ରକ ୨୬।୯: ନକଲି ପୋଲିସକୁ ଧରିଲା ଅସଲି ପୋଲିସ । ଜବତ ହେଲା ଆର୍ମି ଓ ପୋଲିସ ପୋଷାକ । କାର୍ ସହ ବନ୍ଧୁକ ଓ ଅନେକ ପୋଲିସ ବ୍ୟାଚ୍ ଜବତ ହୋଇଛି । କେଉଁଠି ପୋଲିସ, ଆର୍ମି, ଆରପିଏଫ ଓ ଏଏସପି ପରିଚୟ ଦେଉଥିବା ସୂଚନା ମିଳିଛି । ଏମିତି ଜଣେ ଠକକୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ଅଭିଯୁକ୍ତ ଜଣକ ରାହୁଲ ଏସ୍ ରଣାୱତ ନାମର ନେମ୍ ପ୍ଲେଟ୍ ବ୍ୟବହାର କରୁଥିଲା । କାର୍‌ରେ ପୋଲିସ ଲୋଗୋ ଲଗାଇବା ସହ ସାଇରନ୍ ଲାଇଟ୍ ମଧ୍ୟ ବ୍ୟବହାର କରୁଥିଲା ।

ଭଦ୍ରକ ଜିଲ୍ଲାର ଏକ ହୋଟେଲ ନିକଟରେ ଝାଡ଼ଖଣ୍ଡ ରେଜିଷ୍ଟ୍ରେସନ୍ ଥିବା ଏକ କାର୍ ଦୀର୍ଘଦିନ ହେବ ରହୁଥିଲା । ସନ୍ଦେହ ହେବାରୁ ପୋଲିସ ଖୋଳତାଡ଼ କରିବା ବେଳେ ରାହୁଲ ଏସ୍ ରାଣାୱାତ ବିଷୟରେ ଖବର ମିଳିଥିଲା । ତେବେ ତାଙ୍କୁ ଧରିବା ପରେ ଯେଉଁ ଯେଉଁ ପୋଷାକ ମିଳିଥିଲା ସେହି ବିଭାଗ ସହ ଯୋଗାଯୋଗ ପରେ ସେ ଜଣେ ଠକ ବୋଲି ସ୍ପଷ୍ଟ ହୋଇଛି । ତେବେ ତାଙ୍କ ନିକଟରୁ ଆସାମ ପୋଲିସ, ଝାଡ଼ଖଣ୍ଡ ପୋଲିସ ସହ ଅନେକ ରାଜ୍ୟର ପୋଲିସ ଡ୍ରେସ୍ ଜବତ ହୋଇଛି । ତେଣୁ ପୋଲିସ ପ୍ରାଥମିକ ତଦନ୍ତରୁ ୩୮ଟି ପୋଲିସ ସହ ଜଡ଼ିତ ଥିବା ସାମଗ୍ରୀ ଜବତ ହୋଇଛି । ତେବେ ଠକେଇକୁ ନେଇ ତଦନ୍ତ ଚଳାଇଛି ପୋଲିସ ।