LIVE TV

ଜାତିଆଣ ଆକ୍ଷେପ ଅଭିଯୋଗ : ବାପ, ପୁଅ ଓ ଦାଦା ସମେତ ୪ ଓ୍ବାରେଣ୍ଟି ଗିରଫ

NEWS7
athagarh

ଆଠଗଡ଼ ୧୯।୯: ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ପୋଲିସ ବାପ, ପୁଅ ଓ ଦାଦା ସମେତ ୪ ଜଣ ଓ୍ବାରେଣ୍ଟିକୁ ଗିରଫ କରି କୋର୍ଟ ଚାଲାଣ କରିଛି ତିଗିରିଆ ପୋଲିସ । ଅଭିଯୁକ୍ତ ମାନଙ୍କ ବିରୋଧରେ ୨୦୨୪ ମସିହାରେ ଏକ ମାମଲା ରୁଜୁ ହୋଇଥିଲା । ସେବେଠାରୁ ଅଭିଯୁକ୍ତ ମାନେ ଫେରାର ଥିଲେ । ପରେ ଅଦାଲତ ଏହି ୪ ଜଣଙ୍କ ନାଁରେ ୱାରେଣ୍ଟ ଜାରି କରିଥିଲେ ।

ବୁଧବାର ବିଶେଷ ସୂତ୍ରରୁ ଖବର ପାଇ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେଲେ ବିନ୍ଧାଣିମା ତନ୍ତ୍ରୀସାହିର ରଞ୍ଜନ କୁମାର ସାହୁ, ଗଗନ ବିହାରୀ ସାହୁ, ଯୁଗଳ କିଶୋର ସାହୁ ଓ ତପନ କୁମାର ସାହୁ । ଏହି ମାମଲାରେ ଫେରାର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ସୂଚନା ଦେଇଛନ୍ତି ।