LIVE TV

ତାଳବସ୍ତ-ବିଲିପଡ଼ା ବାଙ୍କୀ ଗହିରି ରାସ୍ତାରେ ଦୁଇଫୁଟ ଉଚ୍ଚରେ ପ୍ରବାହିତ ହେଉଛି ବନ୍ୟା ଜଳ, ଯାତାୟତ ଠପ୍

NEWS7
Flood water

ବାଙ୍କୀ: ମହାନଦୀରେ ଚଳିତ ବର୍ଷର ଚତୁର୍ଥ ବନ୍ୟା ଜଳ ପ୍ରବାହିତ ହେଉଛି। ଯାହାର ପ୍ରଭାବରେ ବାଙ୍କୀର ବିଭିନ୍ନ ନଦୀ ସ୍ତର ବଢ଼ିଛି। ମୁଖ୍ୟତଃ କରବର ଠାରୁ ବାହାରିଥିବା ମହାନଦୀର ଶାଖାନଦୀ ରଣ ନଦୀର ଜଳସ୍ତର ବୃଦ୍ଧିପାଇଛି।

ଫଳରେ ତାଳବସ୍ତ-ବିଲିପଡ଼ା ବାଙ୍କୀ ଗହିରି ରାସ୍ତାରେ ଦୁଇଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ପାଣି ବଢ଼ିବାରୁ ଯାତାୟତ ମଧ୍ୟ ଏକ ପ୍ରକାର ଯାତାୟତ ଠପ୍ ହୋଇଯାଇଛି। ତାଳବସ୍ତ ଓ ଦୁଳଣାପୁର ପଞ୍ଚାୟତବାସୀ ଏବେ ବାଙ୍କୀକୁ ଯାତାୟାତ କରିପାରୁନାହାଁନ୍ତି। ଖାଲି ସେତିକି ନୁହେଁ ହଜାର ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ି ରହିଛି। ଧାନ, ବିରି, ବାଇଗଣ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। ରାତି ସୁଦ୍ଧା ରାସ୍ତା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବାର ସମ୍ଭାବନା ଯଥେଷ୍ଟ ରହିଥିବା କହିଛନ୍ତି ଗ୍ରାମବାସୀ।