News7 Logo

ଟ୍ରମ୍ପଙ୍କ ଟାରିଫ ଲାଗୁ ପରେ ଭାରତ-ଆମେରିକା ବାଣିଜ୍ୟ ଆଲୋଚନା, ଅନେକ ନିଷ୍ପତ୍ତିରେ ବାଜିପାରେ ମୋହର

NEWS7
india-america

ନୂଆଦିଲ୍ଲୀ, ୧୬/୦୯ : ଭାରତ ଏବଂ ଆମେରିକା ମଧ୍ୟରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଦ୍ୱିପାକ୍ଷିକ ବାଣିଜ୍ୟିକ ଆଲୋଚନା । ବହୁ ଦିନ ଧରି ବାଣିଜ୍ୟ ବିବାଦ ପରେ ଏବେ ପୁଣି ଥରେ ଉଭୟ ଦେଶ ଆଲୋଚନା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଆଲୋଚନାରେ ଯୋଗଦେବା ପାଇଁ ଆମେରିକାର ମୁଖ୍ୟ ଆଲୋଚକ ତଥା ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆମେରିକାର ସହ-ବାଣିଜ୍ୟ ପ୍ରତିନିଧି ବ୍ରେଣ୍ଡୋନ୍‌ ଲିଞ୍ଚ୍‌ ଭାରତରେ ପହଞ୍ଚିଛନ୍ତି ।

ସେ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ମଙ୍ଗଳବାର ଆଲୋଚନା କରିବେ । ଏ ପରିପ୍ରେକ୍ଷୀରେ ହ୍ୱାଇଟ୍‌ ହାଉସ୍‌ ବାଣିଜ୍ୟ ଉପଦେଷ୍ଟା ପିଟର ନାଭାରୋ କହିଛନ୍ତି ଯେ, ଭାରତ ପୁଣି ଥରେ ଆଲୋଚନା ଟେବୁଲକୁ ଫେରୁଛି । ଭାରତୀୟ ସାମଗ୍ରୀ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍‌ ଲାଗୁ ହେବାର କେଇ ସପ୍ତାହ ପରେ ପୁନଃ ଆଲୋଚନା ପାଇଁ ଆଗକୁ ଆସିଛନ୍ତି ଉଭୟ ରାଷ୍ଟ୍ର ।

ଆଲୋଚନାରେ ଭାରତ ପକ୍ଷରୁ ମୁଖ୍ୟ ଆଲୋଚକ ରହିବେ ବାଣିଜ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲ । ଅଗ୍ରୱାଲ କହିଛନ୍ତି ଯେ, ଭାରତ ଏବଂ ଆମେରିକା ବାଣିଜ୍ୟିକ ଆଲୋଚନାକୁ ଦ୍ରୁତ କରିବେ । କିଛି ଦିନ ହେବ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ତିକ୍ତତା ଲାଗି ରହିଛି । ଭାରତ ଉପରେ ୫୦% ଶୁଳ୍କ ଲଦିଛି ଆମେରିକା ।