LIVE TV

ଥାଳିରେ ଶ୍ରଦ୍ଧାଳୁ ଦକ୍ଷିଣା ଦେବା ବେଳେ ଦୁଇ ସେବାୟତ ହାତାହାତି, ଥାନାରେ ଏତଲା

NEWS7
Puri

ପୁରୀ ୮।୧୦: ପୁଣି ଶ୍ରୀମନ୍ଦିର ଭିତରେ ଦୁଇ ସେବାୟତଙ୍କ ମଧ୍ୟରେ ହାତାହାତି । ଥାଳିରେ ଶ୍ରଦ୍ଧାଳୁ ଦକ୍ଷିଣା ଦେବା ସମୟରେ ଦୁଇ ସେବାୟତ ହାତାହାତି ହୋଇଛନ୍ତି । ଜୟବିଜୟ ଦ୍ୱାର ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ହାତାହାତି ହୋଇଥିବା ଦୁଇ ସେବାୟତ ହେଉଛନ୍ତି ନାରାୟଣ ପଣ୍ଡା ଓ ରାଜା ଖୁଣ୍ଟିଆ । ରାଜାର ଆକ୍ରମଣରେ ନାରାୟଣ ଆହତ ହୋଇଛନ୍ତି । ସିଂହଦ୍ଵାର ଥାନାରେ ଏନେଇ ଅଭିଯୋଗ ପରେ ପୋଲିସର ତଦନ୍ତ ।