News7 Logo

ମଦ ନିଶାରେ ପରିବାର ଲୋକଙ୍କୁ ମାରପିଟ୍ କରୁଥିଲା ପୁଅ, ବାପାର ଇଟା ପାହାରରେ ମଦ୍ୟପ ପୁଅ ମୃତ

NEWS7

ଉମରକୋଟ ୩୯: ପାରିବାରିକ କଳହକୁ କେନ୍ଦ୍ରକରି ବଡ଼ ପୁଅକୁ ମାରିଦେଲା ବାପା । ଇଟା ସାହାଯ୍ୟରେ ମୁଣ୍ଡରେ ମାରିବା ଫଳରେ ଘଟଣାସ୍ଥଳରେ ପୁଅଙ୍କର ମୃତ୍ୟୁ ଘଟିଛି l ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ତରେଇଡିହି ଗ୍ରାମରେ l

ସୂଚନାଯୋଗ୍ୟ ଯେ, ହାଟଭରାଣ୍ଡି ପଂଚାୟତର ତରେଇଡିହି ଗ୍ରାମର ଜୟଲାଲ ଗଣ୍ଡଙ୍କ ବଡ଼ ପୁଅ ରାଜକୁମାର ଗଣ୍ଡ ଗତ କିଛି ମାସ ଧରି ପ୍ରବଳ ମଦ ପିଇ ଘରକୁ ଆସିବା ସହ ନିଜ ସ୍ତ୍ରୀ ପିଲା ଏବଂ ବାପା ମାଙ୍କ ସହିତ ଅଯଥାରେ ଝଗଡା ଲାଗୁଥିଲେ l ସେହିଭଳି ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ଟା ସମୟରେ ରାଜକୁମାର ଘରେ ଆସି ନିଜ ମାଙ୍କ ସହିତ ଝଗଡା ଲାଗିଥିଲା l ଏହାକୁ ବାପା ବାରଣ କରିବାରୁ ସେ ବାପା ସହିତ ବି ପାଲଟା ଝଗଡା କରିଥିଲା l ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରବଳ ପାଟି ତୁଣ୍ଡ ହେବା ଫଳରେ ପୁଅ ବାପାଙ୍କ ବେକ ରେ ଗାମୁଛା ପକାଇ ବେକ ଚିପି ମାରିବାକୁ ଚେଷ୍ଟା କଲା ବେଳେ ବାପା ରାଗିଯାଇ ଘର ବାହାରେ ଥିବା ଏକ ଇଟା ଗଦାରୁ ଖଣ୍ଡିଏ ଇଟା ଆଣି ରାଜକୁମାର ମୁଣ୍ଡରେ ପାହାରେ ପକାଇଥିଲେ l ଫଳରେ ରାଜକୁମାରର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣାସ୍ଥଳରେ ସେ ହିଁ ପଡ଼ି ଯାଇଥିଲା l ଅତ୍ୟଧିକ ରକ୍ତସ୍ରାବ ହେବା ଫଳରେ ରାଜକୁମାର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା l ଖବର ପାଇ କୁନ୍ଦେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଅଭିଯୁକ୍ତ ବାପା ଜୟଲାଲକୁ ଗିରଫ କରିଛି  l ନବରଙ୍ଗପୁର ସାଇଣ୍ଟିଫିକ ଟିମ୍ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି l