ବାଙ୍କୀ: ବଣ ବୁଦା ଭିତରେ ଚାଲିଥିଲା ଦେଶୀ ମଦ ରନ୍ଧା। ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୭୦୦ ଲିଟର ଦେଶୀ ମଦ ଜବତ କରିଛି। ଏହାସହ ୪୩୪୦ ଲିଟର ମଦ ପୋଚ ମଧ୍ୟ ନଷ୍ଟ କରାଯାଇଛି। ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଢେଗୁଆ ଗ୍ରାମରେ।

କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶରେ ଥାନା ଆଠଗଡ ଅବକାରୀ ଉପ ଅଧିକ୍ଷକ ସିଏଚ ଶତପଥୀଙ୍କ ତତ୍ତ୍ଵାବଧାନରେ ବାଙ୍କୀ ଅବକାରୀ ଥାନା ପକ୍ଷରୁ ଏହି ମିଳିତ ଚଢ଼ାଉ କରାଯାଇଥିଲା। ଯେଉଁଥିରେ ୭୦୦ ଲିଟର ଦେଶୀ ମଦ ସହ ୪୩୪୦ ଲିଟର ଗୁଡ଼ ପୋଚ ସିଜ୍ କରାଯାଇ ଘଟଣାସ୍ଥଳରେ ସମସ୍ତ ପୋଚ ଓ ମଦ ନଷ୍ଟ କରାଯାଇଛି।

ଏହା ସହ ମଦ ରନ୍ଧା ପାଇଁ ବ୍ୟବହୃତ ହେଉଥିବା ୨ଟି ଆଲୁମିନିୟମ ଡିସ୍କ ମଧ୍ୟ ଜବତ କରାଯାଇଛି। ଏହା ସହ ଅବକାରୀ ବିଭାଗ ପକ୍ଷରୁ ୨ ଗୋଟି ମାମଲା ରୁଜୁ କରା ଯାଇଛି। ଏହି ଚଢ଼ାଉରେ ଆଠଗଡ଼ ଅବକାରୀ ନିରୀକ୍ଷକ ରବି ନାରାୟଣ ପ୍ରଧାନ ଓ ବାଙ୍କୀ ଅବକାରୀ ଉପ ନିରୀକ୍ଷକ ସୌମ୍ୟରଞ୍ଜନ ମାଝୀ ନେତୃତ୍ୱ ନେଇଥିଲେ।