ଭୁବନେଶ୍ଵର: ବିହାର ବିଧାନସଭା ନିର୍ବାଚନ ସହ କେନ୍ଦ୍ର ନିର୍ବାଚନ ଆୟୋଗ ଅନେକ ରାଜ୍ୟର ବିଧାନସଭା ଆସନରେ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥିସହ ଓଡିଶାର ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ନଭେମ୍ବର ୧୧ରେ  ଭୋଟିଂ ଏବଂ ନଭେମ୍ବର ୧୪ରେ ହେବ ଭୋଟ୍ ଗଣତି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର।

ଇସିଆଇ ଅନୁଯାୟୀ, ଆସନ୍ତା ୧୩ରେ ନୂଆପଡ଼ା ଉପନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି।  ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି। ଏହା ପରେ ନଭେମ୍ବର ୧୧ରେ ଭୋଟିଂ ଥିବା ବେଳେ ନଭେମ୍ବର ୧୪ରେ ଭୋଟ୍ ଗଣତି ରହିଛି।  ​​​​​​​

ଏଥର ମୋଟ ୧ ଲକ୍ଷ୍ୟ ୨୨ ହଜାର ୧୦୩ ପୁରୁଷ ଏବଂ ୧ ଲକ୍ଷ୍ୟ ୨୬ ହଜାର ୧୩୨ ମହିଳା ଭୋଟର ଦେବେ। ୪ ହଜାର ଭିନ୍ନକ୍ଷମ ଏବଂ ୨୦୦୭ ବୟସ୍କ ଭୋଟରଙ୍କ ତାଲିକା ପ୍ରକାଶ ପାଇଛି। ବୁଥରେ ମୋବାଇଲ ରଖି ଭୋଟ ଦେବେ ଭୋଟର। ଆଉ ବୁଥ ଭିତରକୁ ମୋବାଇଲ ନେଇ ପାରିବେନି ଏଜେଣ୍ଟ। ରିଅଲ ଟାଇମ୍ ସିଷ୍ଟମ ରେ ୱେବ୍ କ୍ୟାଷ୍ଟିଂ କରାଯିବ। ୧୯୫୦ ଭୋଟର ହେଲ୍ପ ଲାଇନ ନମ୍ବର କାର୍ଯ୍ୟକାରୀ ହେବ। ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯିବ।

​​​​​​​ପ୍ରତି ପୋଲିଂ ଷ୍ଟେସନ ରେ ସମସ୍ତ ବ୍ୟବସ୍ଥା କରାଯିବ। ବୟସ୍କଙ୍କ ପାଇଁ ଘରେ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯିବ। ସମସ୍ତ ପର୍ଥୀ ଏବଂ ତାଙ୍କର ରାଜନୈତିକ ଦଳ ପାର୍ଥୀଙ୍କ ଅପରାଧିକ ମାମଲାକୁ ୩ ଥର ସୂଚନା ପ୍ରକାଶ କରିବାକୁ ପଡ଼ିବ।ମୋଟ ୩୫୮ ଟି ମତଦାନ କେନ୍ଦ୍ର ରହିବ। ପ୍ରତି କେନ୍ଦ୍ରରେ ସର୍ବାଧିକ ୧୨ ସହ ଭୋଟର ଭୋଟ ଦେଇପାରିବେ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ସନ୍ଥ ଗୋପାଳନ।

ସୂଚନାଯୋଗ୍ୟ ବିଜୁ ଜନତା ଦଳର ନେତା ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ା ବିଧାନସଭା ଆସନ ଖାଲି ରହିଛି। ଏହି ଆସନରୁ ରାଜେନ୍ଦ୍ର ଢୋଲକିଆ ୨୦୨୪ରେ ସ୍ଵାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ହରାଇ କ୍ରମାଗତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।  ଏହା ପୂର୍ବରୁ ସେ ୨୦୧୯ରେ ବିଜେଡି ଟିକେଟରୁ ଲଢି ଜିତିଥିଲେ। କିନ୍ତୁ ୨୦୨୫ ସେପ୍ଟେମ୍ବର ୮ରେ ତାଙ୍କର ପରଲୋକ ଘଟିଥିଲା। ଏହା ପରେ ଏବେ ଏହି ଆସନରେ ଉପ ନିର୍ବାଚନ  ହେବାକୁ ଯାଉଛି। 

ଏହି ଉପନିର୍ବାଚନ ପାଇଁ ମଇଦାନରେ ବିଜେଡି, ବିଜେପି ଓ କଂଗ୍ରେସ। ଏହି ଆସନ ଅକ୍ତିକାର କରିବା ପାଇଁ ବଳ କଷାକଷି ହେଲେଣି ତିନି ଦଳ। ବିଜେଡି ନବୀନଙ୍କ ଲୋକପ୍ରିୟତା ସହ ଅନୁକମ୍ପାମୂଳକ ଭୋଟ୍ ସାଉଁଟି ନିର୍ବାଚନୀ ବୈତରଣୀ ପାରି ହେବାକୁ ଚେଷ୍ଟା କରୁଛି। କଂଗ୍ରେସ ଗତ ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ଏହି ଆସନ ହାତେଇବାକୁ ଯୋଜନା କରୁଛି। ଅନ୍ୟପଟେ ପ୍ରଥମ ଥର ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କ ଜନହିତକର ଯୋଜନାକୁ ପାଥେୟ କରି ନିର୍ବାଚନ ଜିତିବାକୁ ଅଣ୍ଟା ଭିଡ଼ିଛି। ଦେଖିବାକୁ ବାକି ରହିଲା ଏହି ଆସନ କେଉଁ ପାର୍ଟି ଜିତୁଛି​​​​​​​