LIVE TV

କଟକରେ ସ୍ଥିତି ନିୟନ୍ତ୍ରଣାଧିନ : ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲଗାଇଥିଲୁ, ଏବେ ଶେଷ ହୋଇଛି

NEWS7
CP

କଟକ ୭।୧୦: କଟକରୁ କର୍ଫ୍ୟୁ କଟକଣା ପ୍ରତ୍ୟାହାର । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ପୋଲିସ କମିଶନର କହିଛନ୍ତି, ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲଗାଇଥିଲୁ, ଏବେ ଏହା ଶେଷ ହୋଇଛି । କଟକରେ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । କର୍ଫୁ ଅବଧି ବଢ଼ାଯିବ ନାହିଁ । ପ୍ରତ୍ୟେକଟି ସ୍ଥାନରେ ପୋଲିସର କଡା ନଜର ରହିଛି ବୋଲି ପୋଲିସ କମିଶନର କହିଛନ୍ତି । ପରିସ୍ଥିତି ଉପରେ ନଜର ରଖାଯାଇଛି । ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୋଲିସ ମୁତୟନ ଅଛନ୍ତି । କର୍ଫ୍ୟୁ ସମୟରେ କୌଣସି ବିଶୃଙ୍ଖଳା ଘଟିନାହିଁ । ପରିସ୍ଥିତି ଦେଖି ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯିବ ବୋଲି ପୋଲିସ କମିଶନର କହିଛନ୍ତି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ହେବାକୁ ଦେବୁନି । ଗୁଜବରେ ବିଶ୍ବାସ କରନ୍ତୁନି, ନିର୍ଭୟରେ ରୁହନ୍ତୁ ।
ସେପଟେ କଟକରେ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ଘଟଣାରେ ଆଉ ଜଣଙ୍କୁ ଗିରଫ କରାଯାଇଛି । ଫଳରେ ମୋଟ୍ ଗିରଫଙ୍କ ସଂଖ୍ୟା ୯ରେ ପହଞ୍ଚିଛି ।