LIVE TV

କଟକରେ କୋହଳ ହେଲା କର୍ଫ୍ୟୁ, ସହରରେ ଜୀବନଯାତ୍ରା ସ୍ୱାଭାବିକ

NEWS7
curfew stop

କଟକ ୦୭/୧୦: କଟକ ସହରରେ କୋହଳ ହେଲା କର୍ଫ୍ୟୁ । କର୍ଫ୍ୟୁ ଅବଧି ବୃଦ୍ଧି ନିର୍ଦ୍ଦେଶନାମା ନ ଆସିବାରୁ କଟକଣା କୋହଳ । କଟକ ସହରରେ ଜୀବନଯାତ୍ରା ଏକପ୍ରକାର ସ୍ୱାଭାବିକ । ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ଥିଲା କର୍ଫ୍ୟୁ କଟକଣା । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗିଥିଲା କର୍ଫ୍ୟୁ । ମଙ୍ଗଳାବାଗ୍, କ୍ୟାଣ୍ଟନ୍‌ମେଣ୍ଟ, ପୁରୀଘାଟ ଅଂଚଳରେ ଥିଲା କର୍ଫ୍ୟୁ ।

ବାଦାମବାଡ଼ି, ଲାଲ୍‌ବାଗ୍, ବିଡ଼ାନାସୀ ଅଞ୍ଚଳରେ ଲାଗିଥିଲା କର୍ଫ୍ୟୁ । ମର୍କତନଗର, CDA ଫେଜ୍-୨, ମାଲ୍‌ଗୋଦାମରେ କର୍ଫ୍ୟୁ ଲାଗିଥିଲା । ଜଗତପୁର, ବୟାଳିଶି ମୌଜା, ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ଥିଲା । ତେବେ ପୂର୍ବପରି ଇଣ୍ଟରନେଟ୍ କଟକଣା ବଳବତ୍ତର ରହିଛି । କଟକରେ ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ୍ କଟକଣା ବଳବତ୍ତର ରହିଛି । ସିଏମ୍‌ସି, ସିଡିଏ, ବୟାଳିଶି ମୌଜାରେ କଟକଣା ବଳବତ୍ତର । ହ୍ବାଟ୍‌ସଆପ୍, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ଏକ୍ସ ଓ ସ୍ନାପ୍‌ଚାଟ୍ ବନ୍ଦ । କଟକଣାରୁ ବାଦ୍ ରେଲୱେ, ବ୍ୟାଙ୍କ ଓ ବିଭିନ୍ନ ସରକାରୀ ସେବା ବାଦ୍ ରହିଛି ।

ଗତ ଶୁକ୍ରବାର କଟକରେ ଭସାଣ ସମୟରେ ଦରଘାବଜାର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା , ଯାହା କ୍ରମେ ରକ୍ତପାତରେ ବଦଳିଥିଲା। ଲଏଥିରେ ସାଧାରଣ ଲୋକଙ୍କ ସହ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଆରୋପ, ପ୍ରତ୍ୟାରୋପ ବଢ଼ିବା ପରେ ବିରୋଧର ସ୍ବର ଉଠିଥିଲା, ଯାହା ଉଗ୍ର ରୂପ ନେଉଥିବା ଲକ୍ଷ୍ୟ କରାଯିବା ପରେ ପୂରା ଅଞ୍ଚଳରେ କର୍ଫ୍ୟ ଜାରି କରାଯିବା ସହ ଇଣ୍ଟରନେଟ୍ ଉପରେ କଟକଣା ଲାଗିଥିଲା ।

କଟକ ସହରରେ ୧୩ଟି ଥାନା ଅଧୀନରେ ଥିବା ସ୍ପର୍ଶକାତର ସ୍ଥାନରେ ପୁଲିସ ବ୍ଲକିଂ, ଚେକିଂ  ଓ ପାଟ୍ରୋଲିଙ୍ଗ ଜାରି ରଖିଛି । ସହରରେ ୬୦  ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ୮ କମ୍ପାନି କେନ୍ଦ୍ରୀୟ ଫୋର୍ସ, ସିଆରପିଏଫ, ବିଏସଏଫ୍ ଯବାନ ମୁତୟନ ହୋଇଛନ୍ତି । କଟକ ଜିଲ୍ଲାପାଳଙ୍କ ସୁପାରିସରେ ଗୃହ ବିଭାଗ ପକ୍ଷରୁ କଟକଣା ।